ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି: ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ତେବେ ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖି ଏପରି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେପଟେ ପଂଚାୟତ ଓ ପୌର ନିର୍ବାଚନରେ ପୁଲିସର ସତକର୍ତା କାରଣରୁ କମ ସଂଖ୍ୟକ ବୁଥରେ ସାନି ମତଦାନ ହୋଇଛି।ମାଲକାନଗିରି ସ୍ୱାଭିମାନ ଅଂଚଳରେ ନକ୍ସଲଙ୍କ ଧମକ ସତ୍ତ୍ୱେ ନିର୍ବାଚନ ହୋଇଛି। କ୍ୟାମେରମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମମାଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଭାଗ୍ୟଧର ନାୟକ, ବିବେକ ନାୟକ, କୃଷ୍ଣଚନ୍ଦ୍ର ନାୟକ, ନିରଂଜନ ସେଠୀ, ରଞ୍ଜନ ନାୟକ, ପରମେଶ୍ୱର ନାୟକଙ୍କୁ ଗିରଫ କରାଯାଇଥିଲାବେଳେ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବଂ ଝୁନା ବେହେରାଙ୍କୁ ଗିରଫ କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ହତ୍ୟାକାଣ୍ଡ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ମାମଲାର ତଦନ୍ତ ଜାରି ରହିଛି। ମମିତା ମେହେର ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡୀଙ୍କୁ ଗିରଫ କରାଯାଇଛି। ମାମଲାଟି କୋର୍ଟରେ ବିଚାରଧୀନ ରହିଛି। ରାଜ୍ୟରେ ମହିଳା ଓ ଶିଶୁ ଅପରାଧ ରୋକିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଉଇଙ୍ଗ ଖୋଲିଛନ୍ତି। ୧୫ ଟି ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରୁ ୫ ଜିଲ୍ଲାକୁ ନକ୍ସଲମୁକ୍ତ କରାଯାଇଛି। ବାକି ୧୦ ଜିଲ୍ଲା ନିୟନ୍ତ୍ରଣରେ ରହିଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts