ଘୋଷଣା ହେଲା ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

 

ଭୁବନେଶ୍ୱର,୨୩/୪(ସତ୍ୟପାଠ ବ୍ୟୁରୋ):  ୨୦୨୪ ନିର୍ବାଚନ ପାଇଁ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି ବିଜେପି। ଓଡ଼ିଶାର ଦ୍ବିତୀୟ ଦଳ ଭାବେ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି ବିଜେପି ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର ପ୍ରଚାରକ ତାଲିକାରେ ଥିବା ବେଳେ କେନ୍ଦ୍ର ବିଜେପିର ୧୩ ଜଣ ନେତାଙ୍କୁ ତାଲିକାରେ ସ୍ଥାନ ମିଳିଥିବା ବେଳେ ଓଡ଼ିଶାର ୨୭ ଜଣ ନେତାଙ୍କୁ ସ୍ଥାନ ମିଳିଛି।

ଷ୍ଟାର ପ୍ରଚାରକ ତାଲିକାର ପ୍ରଥମ ସ୍ଥାନରେ ନରେନ୍ଦ୍ର ମୋଦି ଥିବା ବେଳେ ଜେପି ନଡ୍ଡା ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ରାଜନାଥ ସିଂହ, ଅମିତ ଶାହ, ନୀତିନ୍‌ ଗଡ଼କରୀ, ଯୋଗୀ ଆଦିତ୍ୟନାଥ, ମୋହନ ଯାଦବ, ସ୍ମିିତି ଇରାନୀ, ଭୂପେନ୍ଦ୍ର ଯାଦବ, ଅଶ୍ବିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ହିମନ୍ତ ବିଶ୍ବଶର୍ମା, ବିଷ୍ଣୁଦେଓ ସାଏ, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଧର୍ମେନ୍ଦ୍ର ପ୍ରଧାନ, ବିଜୟପାଲ ସିଂ ତୋମାର, ଲତା ଉଷେଣ୍ଡି, ବିଶେଶ୍ବର ଟୁଡୁ, ସାନ୍ତନୁ ଠାକୁର, ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେଦାରନାଥ କାଶ୍ୟପ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ, ସମୀର ମହାନ୍ତି, ମାନସ ମହାନ୍ତି, ଗୋଲକ ମହାପାତ୍ର, ପୂର୍ଣ୍ଣିମା କେରକେଟା, ଶାରଦା ପ୍ରସାଦ ଶତପଥୀ, ରମେଶ ସାହୁ, ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି।

Related Posts