ବିଜେପି ଛାଡ଼ିବା ପଛର ବଡ କାରଣ ହେଉଛି ଦଳ ଭିତରେ ଚାଲିଥିବା ଘୃଣା ଓ ଭେଦଭାବର ରାଜନୀତି: ବାବୁଲ ସୁପ୍ରିୟୋ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ଜନତା ପାର୍ଟିରୁ ମମତା ବାନାର୍ଜୀ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସକୁ ଯାଇଥିବା ବାବୁଲ ସୁପ୍ରିୟୋ ପୁଣିଥରେ ବିଜେପି ବିରୋଧରେ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିଜେପି ଛାଡ଼ିବା ପଛର ବଡ କାରଣ ହେଉଛି ଦଳ ଭିତରେ ଚାଲିଥିବା ଘୃଣା ଓ ଭେଦଭାବର ରାଜନୀତି ବୋଲି ବାବୁଲ ସୁପିୟୋ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ପୂର୍ବତନ ସାଂସଦ କେନ୍ଦ୍ରରେ ମନ୍ତ୍ରୀ ପଦ ହରାଇବା ପରେ କିଛି ସମୟ ପରେ ବିଜେପି ଛାଡିଥିଲେ। ଦଳ ଛାଡ଼ିବା ପରେ ତାଙ୍କ ନିଷ୍ପତ୍ତି ଉପରେ ସୋସିଆଲ ମିଡିଆରେ ଅନେକ ସମୟରେ ଟ୍ରୋଲ କରାଯାଇଥିଲା । ଏହା ମଧ୍ୟରେ ସୁପ୍ରିୟୋ ବେଙ୍ଗାଲୁରୁର ବିଜେପି ଅଫିସିଆଲ ପେଜକୁ ଟ୍ୟାଗ କରି ଟ୍ୱିଟ କରି କହିଛନ୍ତି, ବିଜେପି ଛାଡ଼ିବା ପଛର ବଡ କାରଣ ହେଉଛି ଦଳ ଭିତରେ ଚାଲିଥିବା ଘୃଣା ଓ ଭେଦଭାବର ରାଜନୀତି ।

ମୁଁ ଆଉ ରାଜନୀତିର ବ୍ରାଣ୍ଡ ସହ ମେଣ୍ଟ କରିପାରିବି ନାହିଁ। ଏହା ସହ ପଶ୍ଚିମବଙ୍ଗର ଐତିହ୍ୟ, ସଂସ୍କୃତି ଏବଂ ଧର୍ମନିରପେକ୍ଷ ମୂଲ୍ୟବୋଧର ସୁରକ୍ଷା ପାଇଁ ସେ ଯାହା ଆବଶ୍ୟକ କରନ୍ତି ତାହା କରିବେ ବୋଲି ସୁପ୍ରିୟୋ କହିଛନ୍ତି । ଆସାନସୋଲର ଲୋକମାନେ ଜାଣନ୍ତି ଯେ ମୁଁ ବଙ୍ଗଳାରେ ୭୦:୩୦ କିମ୍ବା ୮୦:୨୦ ରାଜନୀତି କରି ନାହିଁ କି କଦାପି କରିବି ନାହିଁ । କେବଳ ଏତିକି ନୁହେଁ ବରଂ ପଶ୍ଚିମବଙ୍ଗର ବିଜେପି ନେତୃତ୍ୱ ତାଙ୍କୁ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରି ସୁପ୍ରିଓ କହିଛନ୍ତି ଯେ ମୁଁ ବିବିଧତାର ଏକତାର ମୂଳପୋଛ ରଖିବା ପାଇଁ କାର‌୍ୟ୍ୟ କରିବି।ସେ ଏହା ମଧ୍ୟ କହିଛନ୍ତି ଯେ “ଶାସକ ଦଳ ବଙ୍ଗୀୟମାନଙ୍କ ପ୍ରତି କରିଥିବା ଅପମାନକୁ ଗ୍ରହଣ କରିପାରନ୍ତି ନାହିଁ, ବଙ୍ଗାଳୀର ଭଲ କାର‌୍ୟ୍ୟକୁ ସ୍ୱୀକାର କରିବାକୁ ମନା କରନ୍ତି ବୋଲି ବାବୁଲ ସୁପ୍ରିୟୋ କହିଛନ୍ତି ।

Related Posts