ଜୁନ ୨୪ରୁ ଆରମ୍ଭ ହେବ ସେନା ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂତନ ସାମରିକ ନିଯୁକ୍ତି ଯୋଜନା ଅଗ୍ନିପଥ ବିଷୟରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ଗୋଟିଏ ପଟେ ଦେଶର ଅନେକ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରୁଥିବାବେଳେ ଅନ୍ୟ ପଟେ ସେନା ଏବଂ ବାୟୁସେନା ଏହି ଯୋଜନା ଅଧୀନରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ତାରିଖ ଘୋଷଣା କରାଯାଇଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

ତେବେ ଜୁନ ୨୪ରୁ ଆରମ୍ଭ ହେବାକୁ ଯାଉଛି ସେନା ନିଯୁକ୍ତି ପ୍ରକ୍ରିୟା । ଅନ୍ୟପଟେ ଦେଶର ଅନେକ ରାଜ୍ୟରେ ସେନାବାହିନୀରେ ନିଯୁକ୍ତି ପାଇଁ ସରକାରଙ୍କ ନୂତନ ଯୋଜନାକୁ ବିରୋଧ କରାଯାଉଛି । ଦିଲ୍ଲୀରୁ ବିହାର ପର୍ୟ୍ୟନ୍ତ ତେଲେଙ୍ଗାନା ପର୍ୟ୍ୟନ୍ତ ଅନେକ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ହିଂସାତ୍ମକ ବିରୋଧ ବୃଦ୍ଧି ପାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts