ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପୂର୍ବରୁ ଲୋକସେବା ଭବନରେ ପହଞ୍ଚିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପୂର୍ବରୁ ଲୋକସେବା ଭବନରେ ପହଞ୍ଚିଲେ ନୂଆ ମନ୍ତ୍ରୀ । ପ୍ରଥମେ ବରିଷ୍ଠ ନେତା ପ୍ରଫୁଲ ମଲ୍ଲିକ ପହଞ୍ଚିଥିଲେ। ତାପରେ ଉଷା ଦେବୀ, ସମୀରରଂଜନ ଦାଶ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରୋହିତ ପୂଜାରୀ ପହଞ୍ଚିଥିଲେ। ଭାବୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଜଳସମ୍ପଦ ବିଭାଗ ଗାଡ଼ିରେ ଲୋକସେବା ଭବନକୁ ଆସିଥିଲେ।ଏଣେ କୃଷି ବିଭଗ ଗାଡ଼ିରେ ଆସିଥିଲେ ପ୍ରତାପ ଦେବ। ଶ୍ରୀକାନ୍ତ ସାହୁ ରାଜସ୍ୱ ବିଭାଗ ଗାଡ଼ିରେ ଆସିଥିଲେ।

ଠିକ୍ ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଗାଡ଼ିରେ ଲୋକସେବା ଭବନରେ ପହଞ୍ଚିଲେ ରୀତା ସାହୁ। ଏଣେ ଅନ୍ୟ ଭାବୀ ମନ୍ତ୍ରୀମାନେ ମଧ୍ୟ ଲୋକସେବା ଭବନର କନ୍ଭେନ୍ସନ୍ ହଲରେ ପହଞ୍ଚିଥିଲେ। ସେପଟେ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଲୋକସେବା ଭବନର କନ୍ଭେନ୍ସନ୍ ହଲ୍ରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

Related Posts