ନୂଆଦିଲ୍ଲୀ: ଇସ୍ତଫା ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ । ଆଜି ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶପଥ ନେବାର ମାତ୍ର ଛଅ ସପ୍ତାହରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
ଏଥିସହ ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ ହେବା ଯାଏଁ ସେ ଏହି ଦାୟିତ୍ୱରେ ରହିବେ ।
ଏହାପରେ ଗତ ସପ୍ତାହ ମଧ୍ୟରେ ବ୍ରେଟିନ ଲିଡ଼ରସିପ ନିର୍ବାଚନ ହେବ ବୋଲି ଇସ୍ତଫା ଦେବା ପରେ ଏନେଇ ସୂଚନା ଦେଇଛନ୍ତି ଲିଜ । ଦାୟିତ୍ୱ ଗ୍ରହଣର 45 ଦିନ ପରେ ପଦତ୍ୟାଗ କଲେ ଟ୍ରସ୍ । ବଜେଟକୁ ନେଇ ଜନ ଆକ୍ରୋଶର ଶିକାର ହୋଇଥିଲେ । ପ୍ରତିଶ୍ରୁତି ପାଳନରେ ଖିଲାପ ନେଇ ବଢିଥିଲା ଅସନ୍ତୋଷ ।
ଇସ୍ତଫା ଦେବା ପରେ ଟ୍ରସ୍ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ବର୍ତ୍ତମାନର ପରିସ୍ଥିତିକୁ ଦେଖି ଲାଗୁଛି କି ଯେଉଁ କାମ ପାଇଁ ନିର୍ବାଚିତ ହୋଇଥିଲି, ତାହା କରିପାରିଲି ନାହିଁ । ସେଥିପାଇଁ ମୁଁ ଏବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି । ମୁଁ ଯେବେ ପ୍ରଧାନମନ୍ତ୍ରୀ ହୋଇଥିଲି, ସେବେ ଦେଶରେ ଆର୍ଥିକ ଅବସ୍ଥା ସ୍ଥିର ନଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ କନଜରଭେଟିଭ୍ ପାର୍ଟି ଦ୍ୱାରା ମନୋନୀତ ହୋଇଥିବା ଆଦେଶ ପ୍ରଦାନ କରିପାରିନାହିଁ। ତେଣୁ ମୁଁ କନଜରଭେଟିଭ୍ ଦଳର ନେତା ପଦରୁ ଇସ୍ତଫା ଦେଉଛି ବୋଲି ମହାରାଜାଙ୍କ ସହ କଥା ହୋଇଛି ।’
