ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତ୍ତି; ଏଣିକି ମାସ୍କ ନ ପିନ୍ଧିଲେ ଆଉ ଦେବାକୁ ପଡିବ ନାହିଁ ଜୋରିମାନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ଆଉ ଜୋରିମାନା ଦେବାକୁ ପଡିବ ନାହିଁ । ଦେଶର ରାଜଧାନୀ ଦିଲ୍ଲୀରେ ଏଭଳି ନିୟମ ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ପୂର୍ବରୁ ମାସ୍କ୍ ନ ପିନ୍ଧିଥିଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡୁଥିଲା। ଦିଲ୍ଲୀରେ ଜାରି ରହିଥିବା ଏହି ବାଧ୍ୟତାମୂଳକ ନିୟମକୁ ପ୍ରତ୍ୟାହାର କରିଛନ୍ତି ଦିଲ୍ଲୀ ସରକାର । ଏନେଇ ଦିଲ୍ଲୀ ସରକାର ଗୁରୁବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ତେବେ ଗତ ମାସରେ ଅନୁଷ୍ଠିତ ଏକ ବୈଠକରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ରାଜଧାନୀରେ କୋଭିଡ ମାମଲାର ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୩୦ ରୁ ଜୋରିମାନା ଆଦାୟ ନକରିବାକୁ ନିଷ୍ପତ୍ତି ନେଇଛି ।

ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ, ବୁଧବାର ଦିନ ରାଜଧାନୀ ଦିଲ୍ଲୀରେ ୧୦୭ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ହାର ୧.୬୪ ପ୍ରତିଶତକୁ ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ, କରୋନା ର ୧୧୯ ରୋଗୀ ସୁସ୍ଥ ହୋଇଥିଲେ । କ୍ରମାଗତ ସପ୍ତମ ଦିନ ପାଇଁ ମଧ୍ୟ ଦିଲ୍ଲୀରେ କରୋନାରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ । ବର୍ତମାନ ସମୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୮୮ ରହିଛି । ମଙ୍ଗଳବାର ଦିନ ଦିଲ୍ଲୀ ୧୪୧ ଟି ନୂଆ କୋଭିଡ୍-୧୯ ମାମଲା ରିପୋର୍ଟ କରିଛି । ଯେଉଁଥିରେ ସକରାତ୍ମକତା ହାର ୨.୦୪ ପ୍ରତିଶତ ରହିଛି ।

Related Posts