ଖବର ବାଜିଲା, ଚେତିଲେ ସରକାର; କାଲି ଯାଜପୁର ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଯାଜପୁରରେ ଡାଇରିଆ ପରେ ଏବେ ୧୧ ଜଣ କଲେରା ପଜିଟିଭ ଚିହ୍ନଟ ହେଲେଣି । ୧୧ ଜଣ ପ୍ରାଣ ମଧ୍ୟ ହରାଇଲେଣି। ଝାଡ଼ାବାନ୍ତି ଯାଜପୁର ପରେ ଭଦ୍ରକ ଓ କେନ୍ଦୁଝରକୁ ମଧ୍ୟ ବ୍ୟାପିଲାଣି । ହେଲେ ଏତେ ବିସମ ସ୍ଥିତିରେ ବି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କର ଦେଖା ନଥିଲା। ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ମାତିଥିଲେ ମନ୍ତ୍ରୀ ମହାଲିଙ୍ଗ। ଏନେଇ ସତ୍ୟପାଠରେ ଖବର ପ୍ରକାଶ ପାଇବା ପରେ ଆଜି କଂଗ୍ରେସ ପକ୍ଷରୁ ବରିଷ୍ଠ ବିଧାୟକ ତାରା ବାହିନୀପତି ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲେ। ଏହାପରେ ଶେଷରେ ଚେତିଛନ୍ତି ସରକାର | ଆସନ୍ତାକାଲି ଯାଜପୁର ଗସ୍ତରେ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ |

ସୂଚନା ଅନୁସାରେ ସ୍ୱାସ୍ଥ୍ୟମନ୍ତ୍ରୀ କାଲି ପ୍ରଥମେ ଯାଜପୁର ଜିଲ୍ଲାର ବଡ଼ଚଣା,ଧର୍ମଶାଳା ଓ ମଧୁବନ ହସ୍ପିଟାଲ ଯିବେ | ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତିତି ପରକ୍ଷିବେ | ଏହାପରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ମେଡିକାଲକୁ ମଧ୍ୟ ଯିବେ |

Related Posts