ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଲି ଠାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଅର୍ଥାତ ଷ୍ଟିଅରିଂ ଧରିବେ ନାହିଁ ଏବଂ ଡ୍ରାଇଭର ଗାଡ଼ି ନଚଲାଇ ନିଜ ନିଜ ଘରେ ବସିବେ। ଆଜି ରାଜ୍ୟ ସରକାରଙ୍କୁ ଏପରି ଚେତାବନୀ ଦେଇଛନ୍ତି ରାଜ୍ୟ ଡ୍ରାଇଭର ସଂଘ ସମ୍ପାଦକ ଚୈତନ୍ୟ ପ୍ରଧାନ କହିଛନ୍ତି। ତେବେ ଆଜି ରାଜ୍ୟ ସରକାରଙ୍କ ସହିତ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ମାତ୍ର ସେଥିରୁ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ। କେବଳ କୁହାଗଲା ପୁଲିସ୍ ପ୍ରଶାସନ ଓ ଜନ ସାଧାରଣ ହଇରାଣ କରୁଥିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତିନି ମାସ ପରେ ବୀମା କଥା ବୁଝିବା ବୋଲି ସରକାର କହିଲେ। ସେଥିପାଇଁ କାଲି ସକାଳଠାରୁ ଷ୍ଟିଅରିଂ ଛାଡ଼ ଡାକରା ଦେଇଛୁ। ସମସ୍ତ ଡ୍ରାଇଭରଙ୍କୁ ଅନୁରୋଧ ଗାଡ଼ି ନଚଲାଇ ନିଜ ନିଜ ଘରେ ବସି ରୁହନ୍ତୁ। ରାଜ୍ୟର କୌଣସି ଚାଳକ ଗାଡ଼ି ଚାଲାଇବେ ନାହିଁ। ଏପରିକି କାହାକୁ ଗାଡ଼ି ଚଲାଇବାକୁ ଦେବେ ନାହିଁ। ଦାବି ପୂରଣ ନହେବା ପର୍ୟ୍ୟନ୍ତ ଏହି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲିବ ବୋଲି ଚୈତନ୍ୟ ପ୍ରଧାନ କହିଛନ୍ତି।
ସେପଟେ ୧୧ ଦଫା ଦାବି ପୂରଣ ପାଇଁ ଡ୍ରାଇଭର ସଂଘ ବାରମ୍ୱାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଆସୁଛନ୍ତି। ହେଲେ ଦାବି ପୂରଣ କରିବା ପରିବର୍ତ୍ତେ ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଦେଇ ଚୁପ୍ ବସି ଯାଉଛନ୍ତି। ଯାହାଫଳରେ ଡ୍ରାଭରମାନେ ଦୁଃଖ ଓ ଦୁର୍ଦ୍ଦଶାରେ ଘାଣ୍ଟି ହେଉଛନ୍ତି। ଅନେକ ଡ୍ରାଇଭର ଦୁର୍ଘଟଣାରେ ଅଙ୍ଗ ହରାଇ ଘରେ ବସି ରହିଛନ୍ତି। ତେଣୁ ଡ୍ରାଇଭରଙ୍କ ସୁରକ୍ଷା, ସମ୍ମାନ ଓ ବୀମା ଦାବିରେ ଆଜି ହଜାର ହଜାର ଡ୍ରାଇଭର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ରେ ଏକତ୍ର ହୋଇଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ଯାଇ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ଆଉ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।