ପଦ୍ମ ପୁରସ୍କାର ବିଜେତାଙ୍କୁ ମିଳିବ ମାସିକ ୨୫ ହଜାର ଟଙ୍କା

ଭୁବନେଶ୍ୱର,13/3(ସତ୍ୟପାଠ ବ୍ୟୁରୋ) : ସାଧାରଣ ନିର୍ବାଚନ ପୂର୍ବରୁ ଏବେ ସବୁ ବର୍ଗର ଦରମା ବଢ଼ାଇବାରେ ବେସ୍ତ ରାଜ୍ୟ ସରକାର। ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ମିଳିବ ସମ୍ମାନ ରାଶି। ସେମାନଙ୍କୁ ମାସିକ ୨୫ ହଜାର ଟଙ୍କା ମିଳିବା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସହାୟତା ରାଶି ଚଳିତ ବର୍ଷ ଏପ୍ରିଲ ଅର୍ଥାତ୍ ଆସନ୍ତା ମାସରୁ ମିଳିବ।

ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ୱିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡ଼ିଶାରେ ଗୌରବ ବୃଦ୍ଧି କରିଛନ୍ତି। ସମାଜକୁ ସେମାନଙ୍କର ବଳିଷ୍ଠ ଅବଦାନର ସ୍ୱୀକୃତି ସ୍ୱରୂପ ମୁଖ୍ୟମନ୍ତ୍ରୀ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ଦେବାକୁ ନିଷ୍ପତ୍ତି ନେଇଛନ୍ତି

Related Posts