ଫାଟିଲା ପାରାଦୀପ-ହଳଦିଆ ଆଇଓସିଏଲର ତେଲ ପାଇପ ଲାଇନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଫାଟିଲା ପାରାଦୀପ-ହଳଦିଆ ଆଇଓସିଏଲର ତେଲ ପାଇପ ଲାଇନ । ଫଳରେ ପାଇପ ଯୋଗେ ହଳଦିଆ ଯାଉଥିବା ଅଶୋଧିତ ତୈଳ ଲିକ୍ ହେବାରେ ଲାଗିଛି। ପାରାଦୀପ ରିଫାଇନାରୀ ରାସ୍ତା କଡରେ ଥିବା ଆଇଓସିଏଲ ଟାଉନଶିପ ନିକଟରେ ପାଇପ ଫାଟିଯିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଅଶୋଧିତ ତୈଳ ପାଣିରେ ପଡ଼ିବା ଯୋଗୁ ସେଠାରେ ଥିବା ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।

କେଉଁ କାରଣରୁ ପାଇପ ଫାଟିଲା ସେକଥା ଏଯାଏ ଜଣାପଡ଼ିନି। ଲିକ୍‌ର ଖବର ପାଇ ଆଇଓସିଏଲର ଟେକ୍ନିସିଆନମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ସେହିପରି ଲିକ୍ ହୋଇଥିବା ଅଶୋଧିକ ତୈଳକୁ ମଧ୍ୟ ସଂଗ୍ରହ କରାଯାଉଛି। ଶତାଧିକ ଲିଟର ଅଶୋଧିତ ତୈଳ ସ୍ଥାନୀୟ ଜମିରେ ମାଡ଼ି ଯାଇଥିବା ମଧ୍ୟ ଜଣାପଡ଼ିଛି। ତୈଳ ଲିକ୍ ଯୋଗୁ ଉକ୍ତ ଅଞ୍ଚଳରେ ଲୋକଙ୍କ ଯାତାୟା ଉପରେ ରୋକ ଲଗାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts