ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଲିଟର ପ୍ରତି ଦୁଇ ଟଙ୍କା ବଢ଼ିଲା ଅମୂଲ କ୍ଷୀରର ଦାମ । ଗୁଜରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ୍ (ଜିସିଏମଏମଏଫ)ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି। ଜିସିଏମଏମଏଫ ପକ୍ଷରୁ ଅମୂଲ ବ୍ରାଣ୍ଡର କ୍ଷୀର ଏବଂ ଅନ୍ୟ ଦୁଗ୍ଧଜାତ ଖାଦ୍ୟ ଉତ୍ପାଦନ କରାଯାଉଛି। ଏହି ନୂଆ ଦର ସମଗ୍ର ଦେଶରେ ୨୦୨୨ ମାର୍ଚ୍ଚ ୧ରୁ ଲାଗୁ ହେବ।
ଅହମ୍ମଦାବାଦ ଏବଂ ସୌରାଷ୍ଟ୍ରରେ ଅମୂଲ ଗୋଲଡ୍ ୫୦୦ ଗ୍ରାମ କ୍ଷୀର ପ୍ୟାକେଟ୍ର ଦର ୩୦ ଟଙ୍କାକୁ ବୃଦ୍ଧି ପାଇଛି। ସେହପିରି ଅମୂଲ ତାଜା ଅଧା ଲିଟର ପ୍ୟାକେଟ୍ ଦର ୨୪ ଟଙ୍କା ଧାର୍ୟ୍ୟ ହୋଇଛି। ସେହିପରି ଅମୂଲ ଶକ୍ତି ୫୦୦ ଏମ୍ଏଲ ପ୍ୟାକେଟ୍ ପ୍ରତି ଦର୨୭ ଟଙ୍କା ଛୁଇଁଛି। ତେବେ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ପରେ ଏମଆରପି ମୂଲ୍ୟରେ ୪ ପ୍ରତିଶତ ବୃଦ୍ଧି ପାଇଛି।
