ପ୍ରଭୁ ଶ୍ରୀ ରାମଙ୍କ ବାବଦରେ ଅରୁଚିକର ମନ୍ତବ୍ୟ ପାଇଁ ବିଶ୍ଵବିଦ୍ୟାଳୟରୁ ତଡା ଖାଇଲେ ପ୍ରଫେସର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିନ୍ଦୁ ଦେବତା ପ୍ରଭୁ ରାମଙ୍କ ବିଷୟରେ ଆପତ୍ତିଜନକ ଭାଷା ବ୍ୟବହାର କରି ଅଡ଼ୁଆରେ ଲଭଳି ପ୍ରଫେସନାଲ ୟୁନିଭରସିଟିର ପ୍ରଫେସର । ସେପଟେ ହିନ୍ଦୁ ଦେବତା ରାମଙ୍କ ବିଷୟରେ ଆପତ୍ତିଜନକ ଭାଷା ବ୍ୟବହାର କରିବା ପରେ ୨୩ ଏପ୍ରିଲ ଶନିବାର ଦିନ ଏହାର ଜଣେ ପ୍ରଫେସରଙ୍କୁ ବରଖାସ୍ତ କରିଥିଲା। ଅନ୍ୟପଟେ ସୋସିଆଲ ମିଡିଆରେ ଏକ ଅନଲାଇନ୍ ଲେକଚରରେ ପ୍ରଫେସର ଗୁରୁସାଙ୍ଗ ପ୍ରୀତ କୌର ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ଆପତ୍ତିଜନକ ବୟାନ ଦେଇଛନ୍ତି । ତେବେ ରାମ ଆଦୌ ଭଲ ମଣିଷ ନୁହଁନ୍ତି; ରାବଣ ଜଣେ ଭଲ ମଣିଷ। ମୁଁ ଜାଣେ ରାମ ଜଣେ ଚତୁର ବ୍ୟକ୍ତି; ସେ ସୀତାଙ୍କୁ ଫାନ୍ଦରେ ପକାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ; ସେ ସୀତାଙ୍କୁ ଅସୁବିଧାରେ ପକାଇଲେ ଏବଂ ସମସ୍ତ ଦୋଷକୁ ରାବଣ ଉପରେ ଲୋଦିଦେଲେ ବୋଲି ବିଶ୍ୱବିଦ୍ୟାଳୟର ପ୍ରଫେସର କହିଛନ୍ତି ।

ଏହା ସହ କିଏ ଭଲ ଏବଂ କିଏ ମନ୍ଦ ବୋଲି ଆମେ କିପରି କହିପାରିବା? ଏବଂ ସମଗ୍ର ବିଶ୍ୱ ରାମଙ୍କୁ ପୂଜା କରୁଛି ଏବଂ ରାବଣ ଜଣେ ଖରାପ ବ୍ୟକ୍ତି ବୋଲି କହୁଛନ୍ତି ? ସମସ୍ତ ଯୋଜନା ରାମଙ୍କ ଦ୍ୱାରା କରାଯାଇଛି । ତେବେ ସେ କିପରି ଏତେ ଭଲ ହୋଇପାରିବେ? ବୋଲି ପ୍ରଫେସର କହିଛନ୍ତି । ପ୍ରଫେସରଙ୍କ ଏହି ବୟାନ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏବଂ ଲଭଳି ପ୍ରଫେସନାଲ ୟୁନିଭରସିର୍ଟିର ପକ୍ଷରୁ ସମ୍ପୃକ୍ତ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts