ଜୁଲାଇ ୨୨ ରୁ ନୂତନ ମାଷ୍ଟରକାର୍ଡ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଲା ଆରବିଆଇ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବ୍ୟାଙ୍କ ଏବଂ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକ ଦ୍ୱାରା ନୂତନ ଡେବିଟ୍,କ୍ରେଡିଟ୍ କାର୍ଡ ଏବଂ ପ୍ରିପେଡ୍ କାର୍ଡ ପ୍ରଦାନ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବୁଧବାର ଏକ ବଡ ନିଷ୍ପତ୍ତି ନେଇଛି।  ବାସ୍ତବରେ ମାଷ୍ଟରକାର୍ଡ ଏସିଆ / ପାସିଫିକ୍ ପିଟି ଲିମିଟେଡ୍ (ମାଷ୍ଟରକାର୍ଡ) ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆରବିଆଇ କଠୋର ପଦକ୍ଷେପ ନେଇଛି। ମାଷ୍ଟରକାର୍ଡ ପ୍ରଦାନ ଉପରେ ଆରବିଆଇ ନିଷେଧାଦେଶ ଜାରି କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନ ବ୍ୟାଙ୍କଗୁଡିକ ନୂତନ କିମ୍ବା ପୁରୁଣା ଗ୍ରାହକଙ୍କୁ ମାଷ୍ଟର ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ପ୍ରଦାନ କରିବା ଉପରେ ରୋକ୍ ଲଗାଇଛି। ଆରବିଆଇର ଏହି ନିଷ୍ପତ୍ତି ଜୁଲାଇ ୨୨ ରୁ କାର୍ଯ୍ୟକାରୀ ହେବ।

  କମ୍ପାନୀ ପେମେଣ୍ଟ ସିଷ୍ଟମ ତଥ୍ୟ ସଂରକ୍ଷଣ ଉପରେ ଆରବିଆଇ ନିୟମ ଉଲ୍ଲଂଘନ କରିଥିବା ହେତୁ ମାଷ୍ଟରକାର୍ଡ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି। ପେମେଣ୍ଟ ସେକ୍ସନ୍ ୧୭ ଏବଂ ସେଟଲେମେଣ୍ଟ ସିଷ୍ଟମ୍ ଆକ୍ଟ ୨୦୦୭ ଅନୁଯାୟୀ ଏହି ପ୍ରତିବନ୍ଧ ଲାଗୁ କରାଯାଇଛି।

ଆରବିଆଇ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ପୂର୍ବରୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିବା ସତ୍ତ୍ୱେ କମ୍ପାନୀ ପେମେଣ୍ଟ ସିଷ୍ଟମ ତଥ୍ୟ ସଂରକ୍ଷଣ ପାଇଁ ନିର୍ଦ୍ଦେଶନାମା ପାଳନ କରୁନାହିଁ। ତେଣୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପେମେଣ୍ଟ ଆଣ୍ଡ ସେଟଲେମେଣ୍ଟ ସିଷ୍ଟମ ଆକ୍ଟ, ୨୦୦୭ (PSS ଆକ୍ଟ) ର ଧାରା ୧୭ ଅନୁଯାୟୀ ଆରବିଆଇରେ ଦିଆଯାଇଥିବା କ୍ଷମତା ପ୍ରୟୋଗରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ ?

ଆରବିଆଇର ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ବ୍ୟାଙ୍କଗୁଡ଼ିକ ଜୁଲାଇ ୨୨ ତାରିଖ ପର ଠାରୁ ନୂଆ ମାଷ୍ଟର କାର୍ଡ ଜାରି କରିପାରିବେ ନାହିଁ। କିନ୍ତୁ ପୁରୁଣା ମାଷ୍ଟର କାର୍ଡ ଗୁଡିକ ପୂର୍ବ ପରି ଚାଲୁ ରହିବ ବୋଲି ଆରିବିଆଇ ସ୍ପଷ୍ଟ କରିଛି। ମାଷ୍ଟରକାର୍ଡର ବର୍ତ୍ତମାନ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଆରବିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ‘ମାଷ୍ଟରକାର୍ଡ’ ସମସ୍ତ ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀଗୁଡିକୁ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ପ୍ରଦାନ କରୁଥିବା ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦେବ।

ମାଷ୍ଟରକାର୍ଡ କଣ ?

ଏଟିଏମରୁ ଟଙ୍କା ଉଠାଇବା, ଅନଲାଇନ୍ ପେମେଣ୍ଟ ପାଇଁ ଏକ ଡେବିଟ୍ ବା କ୍ରେଡିଟ୍ କାର୍ଡ ବ୍ୟବହାର କରାଯାଇଥାଏ । ସେହି କାର୍ଡରେ ମାଷ୍ଟରକାର୍ଡ, ଭିସା କାର୍ଡ ଏବଂ ରୂପେ କାର୍ଡ ଲେଖାଯାଇଥାଏ । ଏହି ତିନୋଟି କମ୍ପାନୀ ଏଟିଏମ୍ ଏବଂ କ୍ରେଡିଟ୍ କାର୍ଡ ପ୍ରଦାନ କରିଥାନ୍ତି।

Related Posts