ସରକାରଙ୍କ ଦୁର୍ନୀତିକୁ ଚପାଇବା ପାଇଁ ଗଣମାଧ୍ୟମ ଉପରେ ଏପରି ପଦକ୍ଷେପ ନେଉଛନ୍ତି: ସୁର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୀତିକ ମାହୋଲ ବେଶ୍ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ନିନ୍ଦନୀୟ । ଗଣମାଧ୍ୟମ ଉପରେ ଗୋଟିଏ ପରେ ଗୋଟିଏ ରୋକ ଲଗାଇ ଚାଲିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଦୁର୍ନୀତିକୁ ଚପାଇବା ପାଇଁ ଗଣମାଧ୍ୟମ ଉପରେ ଏପରି ପଦକ୍ଷେପ ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ, ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କହିଛନ୍ତି, ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ଗଣମାଧ୍ୟମ ସ୍କୁଲକୁ ପ୍ରବେଶ କରୁଛନ୍ତି ।

ଯାହାକୁ ନେଇ ବିଇଓମାନେ ଚିଠି ଜାରି କରୁଥିବା ତାଙ୍କ ନଜରକୁ ଆସୁଛି । ଏହା ସହ ମନ୍ତ୍ରୀ କହିଛନ୍ତି, ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମ ବାଦ୍ ଅନେକ ୱେବ ଚ୍ୟାନେଲ ଅଛନ୍ତି । ଏମାନେ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠ ପଢାରେ ହସ୍ତକ୍ଷେପ କରୁଛନ୍ତି । ଗଣମାଧ୍ୟମ ନାଁରେ ପିଲା ଓ ଶିକ୍ଷକଙ୍କୁ ହଇରାଣ କରିବା ଅନୁଚିତ । ବିଭାଗର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏପରି ଅଙ୍କୁଶ ଲଗାଯାଇଛି କି ବୋଲି ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି, ବ୍ୟବସ୍ଥା ଭିତରେ କାମ ହେଉଛି । ଯାହା ସମ୍ଭବ ତାହା କରାଯାଉଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୀତିକ ମାହୋଲ ବେଶ୍ ଚାଳଚଞ୍ଚଳ ହୋଇ ଉଠିଛି ।

Related Posts