ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଅପରାହ୍ନ ଗୋଟାଏରେ ଫଳ ପ୍ରକାଶ
କଟକ: ଆଜି ବାହାରିବ ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ମନ୍ତ୍ରୀ ସମୀର ଦାଶ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିବେ। ଅପରାହ୍ନ ୧ଟାରେ ବୋର୍ଡ ୱେବ ସାଇଟରେ ଫଳ ପ୍ରକାଶ ପାଇବ । www.bseodisha.ac.in ଏବଂ www.bseodisha.nic.in | ଏହାର ଏକ ଘଣ୍ଟା ପରେ ଅର୍ଥାତ ଦିନ ଦୁଇଟା ପରେ ପରୀକ୍ଷାର୍ଥୀମାନେ ନିଜ ନିଜର ରେଜଲ୍ଟ ୱେବସାଇଟ୍‌ରୁ ଜାଣିପାରିବେ ।

ଏହାଛଡ଼ା ଏସ୍ଏମ୍ଏସ୍ ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ । ପରିକ୍ଷାର୍ଥୀମାନେ OR (10) ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ୍ କଲେ ନିଜ ରେଜଲ୍ଟ ପାଇପାରିବେ ।

କରୋନା ଯୋଗୁ ଦୁଇ ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ଅଫଲାଇନ୍‌ରେ ପରୀକ୍ଷା ହୋଇଥିବାରୁ ଫଳାଫଳକୁ ନେଇ ଛାତ୍ରଛାତ୍ରୀ ବେଶ୍‌ ଉତ୍ସୁକ ଅଛନ୍ତି। ମେଧାବୀ ଛାତ୍ରଛାତ୍ରୀ ନିଜ ପରିଶ୍ରମ ଅନୁଯାୟୀ ଫଳ ପାଇବେ ବୋଲି ଆଶା ରଖିଛନ୍ତି ।

ଚଳିତ ବର୍ଷ ଏପ୍ରିଲ୍ ୨୮ରୁ ମେ ୭ ଯାଏଁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି।

Related Posts