ବଦଳିଲା ଆଇପିଏଲର ନିୟମ: ଏଣିକି ୨ ନୁହେଁ, ଅଢେଇ ମାସ ପର୍ଯ୍ୟନ୍ତ ଚାଲିବ ଫଟାଫଟ କ୍ରିକେଟର ମହାସମର

ନୂଆଦିଲ୍ଲୀ: ବଦଳିଲା ଆଇପିଏଲର ନିୟମ । ଏଣିକି ୨ ନୁହେଁ, ଅଢେଇ ମାସ ପର୍ଯ୍ୟନ୍ତ ଚାଲିବ ଏହି ଫଟାଫଟ କ୍ରିକେଟର ମହାସମର । ଏଥିପାଇଁ ଆଇସିସି ତରଫରୁ ମଧ୍ୟ ମିଳିଯାଇଛି ଗ୍ରୀନ ସିଗନାଲ ।

ଆଇପିଏଲ ପାଇଁ ଅଢେଇ ମାସର ଏକ ୱିଣ୍ଡୋ ସେଟ କରିଛି କ୍ରିକେଟ ବୋର୍ଡ । ଏହା ବ୍ୟତୀତ ଫ୍ୟୁଚର ଟୁର ପ୍ରୋଗ୍ରାମ(ଏଫଟିପି)ରେ ମଧ୍ୟ ପରିବର୍ତ୍ତନ ଆଣିଛି ଆଇସିସି ।

ଦର୍ଶକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତାବର୍ଷରୁ ଆହୁରି ମଜାଦାର ସହ ରୋମାଞ୍ଚକର ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ । ପ୍ରତିବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ଜୁନର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଆଇପିଏଲ ପାଇଁ ଅଢେଇ ମାସର ୱିଣ୍ଡୋ ସେଟ କରି ସାରିଛି । ଭାରତର ସବୁଠୁ ବଡ ଟି-୨୦ ଲିଗ ଆଇପିଏଲ ପାଇଁ ଆଇସିସି ଏହି ନିୟମରେ ପରିବର୍ତ୍ତନ ଆଣିଛି ।

ଆସନ୍ତା ୨୫ ଏବଂ ୨୬ ତାରିଖରେ ଆଇସିସି ବାର୍ଷିକ ବୈଠକ ହେବାକୁ ଯାଉଛି । ଏଥିରେ ଏଫଟିପିକୁ ନେଇ ଔପଚାରିକ ଭାବେ ଘୋଷଣା କରିବ ବୋଲି ଜାଣିବାକୁ ମିଳିଛି ।

ଆଇସିସିର ୨୦୨୩-୨୦୨୭ ଏଫଟିପିରେ ୨ଟି ବିଶ୍ୱ ଚମ୍ପିଆନସିପ, ଆଇସିସି ଟି-୨୦ ଏବଂ ଦିନିକିଆ ବିଶ୍ୱକପ ବ୍ୟତୀତ ବାକି ଦେଶର ସିରିଜ ମଧ୍ୟ ସାମିଲ ରହିଛି । ତେବେ ଏମିତି ହେଲେ ଖେଳାଳିମାନଙ୍କୁ କୁବ କମ ସମୟ ପାଇଁ ବିଶ୍ରାମ କରିବାର ସୁଯୋଗ ମିଳିବ । ଏହାପୂର୍ବରୁ ବିସିସିଆଇ ସଚିବ ଜୟ ଶାହ ମଧ୍ୟ ଏ ନେଇ ସୂଚନା ଦେଇଥିଲେ । ଆଇପିଏଲ ଏଣିକି ଅଢେଇ ମାସ ପାଇଁ ଅନୁଷ୍ଠିତ ହେବା ସହ ଆସନ୍ତା ୩ ବର୍ଷ ପାଇଁ ଏଥିରେ ୧୦-୧୦ ମ୍ୟାଚ ବଢାଯିବ ବୋଲି ସେ କହି ସାରିଛନ୍ତି ।

ଜାଣନ୍ତୁ ପ୍ରତି ୩ ସିଜନରେ କିପରି ହୋଇପାରେ IPL:

• ପ୍ରତି ୨ ବର୍ଷରେ କମ ସେ କମ ୧୦ ମ୍ୟାଚ ବଢାଯିବା ପାଇଁ ପ୍ଲାନ ତିଆରି କରାଯିବ ।

• ଆଇପିଏଲ ୨୦୨୩-୨୦୨୪ ସିଜନରେ ୧୦ ଟିମ ମଧ୍ୟରେ ୬୦ ପରିବର୍ତ୍ତେ ୭୪ ମ୍ୟାଚ ଖେଳାଯିବ ।

• ୨୦୨୫-୨୦୨୬ ସଂସ୍କରଣରେ ଟୁର୍ଣ୍ଣାମେଣ୍ଟରେ ୧୦ ଟିମ ମଧ୍ୟରେ ୮୪ ମୁକାବିଲା ଖେଳାଯିବ

• ୨୦୨୭ରୁ ଏହି ମଟୁର୍ଣ୍ଣାମେଣ୍ଟର ମ୍ୟାଚ ସଂଖ୍ୟା ୯୪କୁ ବୃଦ୍ଧି ପାଇବ

ଆଗାମୀ ଫ୍ୟୁଚର ଟୁର ପ୍ରୋଗ୍ରାମରେ ଆଇସିସି ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ବାଂଲାଦେଶ ଭଳି ସମସ୍ତ ଦେଶମାନଙ୍କୁ ମଧ୍ୟ ନିଜ ଘରୋଇ ଲିଗ ଖେଳିବା ପାଇଁ ସୁଯୋଗ ଦିଆଯାଇଛି । ଏହି ଦେଶ ଗୁଡିରେ କୌଣସି ଲିଗ ଖେଳାଯାଉଥିବା ସମୟରେ ଏମାନଙ୍କର ସିରିଜ ରହିବନି ବୋଲି ସୂଚନା ମିଳିଛି ।

Related Posts