ଲଘୁଚାପଜନିତ ବର୍ଷାରେ ଭୁଶୁଡ଼ି ପଡ଼ିଲା ଦେଢ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଚେରି

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ। କେଉଁଠି ଘାଇ ସୃଷ୍ଟି ହେଲାଣି ତ ଆଉ କେଉଁଠି ରାସ୍ତା ଉପରେ ଆଣ୍ଠୁଏ ପାଣି। କାହା ଘର ଭିତରକୁ ପାଣି ପଶି ସବୁ କିଛି ଭିଜାଇ ଦେଇଛି। ଗତ ୪୮ ଘଣ୍ଟା ଧରି ରାଜ୍ୟ ତମାମ ଲଘୁଚାପ ଜନିତ ବର୍ଷା ଜନ ଜୀବନ ଅସ୍ତବ୍ୟସ୍ତ କରି ସାରିଲାଣି। ଏପଟେ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ପାଚେରି ଭୁଶୁଡ଼ି ପଡ଼ିଛି। ଆଜକୁ ପ୍ରାୟ ବର୍ଷେ ତଳେ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ପାଚେରିଟି ନିର୍ମାଣ ହୋଇଥିଲା। ତେବେ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାଚେରି ବର୍ଷାରେ ଭାଙ୍ଗି ଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ହେଉଛି ଯେ ଅତ୍ୟନ୍ତ ନିମ୍ନମାନର କାମ ସାଙ୍ଗକୁ ଜଳନିଷ୍କାସନ ବ୍ୟବସ୍ଥା କରାଯାଇ ନଥିବା ଯୋଗୁଁ ପାଚେରୀଟି ବର୍ଷେ ନପୁରୁଣୁ ଭୁଷୁଡି ପଡିଥିବା ନେଇ ଅଭିଯୋଗ ହୋଇଛି। 

ସେହିପରି ଲଗାଣ ବର୍ଷା ଯୋଗୁଁ ଧର୍ମଶାଳା ବ୍ଲକ କୁମାରୀ ପଞ୍ଚାୟତ କାର୍ଯ୍ୟାଳୟର ପାଚେରି ମଧ୍ୟ ଭୁଶୁଡିପଡ଼ିଛି। ଜିଲ୍ଲାରେ  ଅନେକ ସ୍ଥାନରେ ବର୍ଷା ଜଳ ନିଷ୍କାସନ ପାଇଁ ସୁବିଧା ନ ଥିବାରୁ ଲୋକଙ୍କ ଘର ପାଣି ପଶିଯାଇଛି। 

ସୂଚନାଯୋଗ୍ୟ,  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଏବଂ ମଧ୍ୟପ୍ରଦେଶକୁ ମୁହାଁଇବ ଲଘୁଚାପ । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ପାଇଁ ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆଜି ମତ୍ସଜୀବୀଙ୍କୁ ସମୁଦ୍ର ମନା କରାଯାଇଛି ।

Related Posts