ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ୧୪ ତାରିଖରୁ ୨୮ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିବନି, ତାହା ୨୯ ତାରିଖର ଗିଲୋଟିନ ଜରିଆରେ ପାରିତ ହେବ। ବାଚସ୍ପତି ବିକ୍ରମ ଆରୁଖ କହିଛନ୍ତି, ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ ।
ସୂଚନା ଅନୁସାରେ ମୋଟ ୨୪ ଟି କାର୍ଯ୍ୟ ଦିବସ ଥିବା ବିଧାନସଭାର ଏହି ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୨ତାରିଖ ରୁ ଆରମ୍ଭ ହୋଇଥିଲା ଏହି ପର୍ଯ୍ୟାୟ ରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା ହୋଇଥିଲା। ତେବେ ଆସନ୍ତା କାଲି ଠାରୁ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେଉଛି। ଏହି ଅଧିବେଶନ ଅଗଷ୍ଟ ୪ତାରିଖ ପଯ୍ୟନ୍ତ ଚାଲିବ।