ଅଲିଗଡ଼: ଉତ୍ତର ପ୍ରଦେଶ ଯୋଗି ସରକାରଂକ ରାଜ୍ୟରେ ଶୁଭିଛି ପାକିସ୍ତାନ ଜିନ୍ଦାବାଦର ନାରା। କଲେଜ୍ ଛାତ୍ରଛାତ୍ରୀମାନେ ଏପରି ନାରା ଦେଇଛନ୍ତି। ଏବେ ଯାହାର ଭିଡିଓ ସାମ୍ନାକୁ ଆସିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଉତ୍ତର ପ୍ରଦେଶ ଅଲିଗଡ଼ରେ ଏକ କଲେଜ୍ରେ କିଛି ଛାତ୍ରଛାତ୍ରୀ ଅଗଷ୍ଟ ୧୩ ତାରିଖରେ ତ୍ରିରଙ୍ଗା ଶୋଭାଯାତ୍ରା ବାହାର କରିଥିଲେ। ଏହି ରାଲିରେ ପାକିସ୍ତାନ ସମର୍ଥରେ ନାରା ଶୁଭୁଥିଲା। ହିନ୍ଦୁସ୍ତାନ ଜିନ୍ଦାବାଦ ନାରାରର ଜବାବରେ କିଛି ବିଶୃଙ୍ଖଳିତ ଛାତ୍ରଛାତ୍ରୀ ପାକିସ୍ତାନ ଜିନ୍ଦାବାଦର ନାରା ଲଗାଇଥିଲେ। ଏହି ଘଟଣା ପରେ କିଛି ଲୋକ ଭିଡିଓ ରେକର୍ଡିଂ କରି କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କଲେଜ୍ ଏହାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।
ଏବେ ଏହି ଭିଡିଓକୁ ନେଇ ଥାନାରେ ମାମଲା ରୁଜୁ କରାଯାଇଛି। ଭିଡିକୁ ନେଇ ପୁଲି ଅଜଣା ଲୋକଙ୍କ ବିରୋଧରେ ସମ୍ବନ୍ଧିତ ମାମଲା ରୁଜୁ କରିଛି। ଏହି ମାମଲାରେ କଲେଜ୍ ପ୍ରିନ୍ସିପାଲ୍ ଏବଂ ମ୍ୟାନେଜ୍ରଙ୍କ ବିରୋଧରେ ମଧ୍ୟ ଆଇନ ଅବଜ୍ଞା କରିଥିବାର ଅଭିଯୋଗ ହୋଇଛି।
ଘଟଣାକୁ ନେଇ ପ୍ରିନ୍ସିପାଲ କହିଛନ୍ତି “ଅଗଷ୍ଟ ୧୩ ତାରିଖରେ ଭିଡ଼ ହୋଇଥିଲା। ଏହି ଭିଡ଼ରେ କିଛି ଛାତ୍ରଛାତ୍ରୀ ହିନ୍ଦୁସ୍ତାନ ଜିନ୍ଦାବାଦ ସ୍ଲୋଗାନ୍କୁ କାଣ୍ଟର କରି ପାକିସ୍ତାନ ଜିନ୍ଦାବାଦ ନାରା ଲଗାଉଥିଲେ ବୋଲି ଆମେ ଜାଣିବାକୁ ପାଇଛୁ। ଆମେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛୁ। କିନ୍ତୁ କୌଣସି ଭିଡିଓ ମିଳୁ ନାହିଁ। ”
ଅନ୍ୟପଟେ ଅଲିଗର୍ଡ଼ ସୁପରିଟେଣ୍ଡେଣ୍ଟ ଅଫ୍ ପୁଲିସ(ରୁରାଲ) ପଲାସ ବନସଲ କହିଛନ୍ତି ଯେ ରାଲି ସମୟରେ ଦେଶାତ୍ମକ ସ୍ଲୋଗାନ ସହ ଆପତ୍ତିଜନକ ସ୍ଲୋଗାନ ପଡ଼ିଥିଲା। ତେବେ ଭିଡିଓ ଦେଖିବା ପରେ ଘଟଣାକୁ ଆମେ ଗୁରୁତର ସହ ନେଇଛୁ। ତେବେ ପ୍ରିନ୍ସିପାଲ୍ ଓ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
