ବଢ଼ିଚାଲିଛି ଗ୍ରୀଷ୍ମପ୍ରବାହ; ଏପ୍ରିଲ ୨୫ରୁ ଖରା ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୧/୪(ସତ୍ୟପାଠ ବ୍ୟୁରୋ):  ଏପ୍ରିଲ ୨୫ରୁ ସବୁ ସ୍କୁଲ ଛୁଟି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଘରୋଇ ଓ ସରକାରୀ ସ୍କୁଲ ପାଇଁ ଏପ୍ରିଲ ୨୫ରୁ ଖରା ଛୁଟି ଘୋଷଣା କଲେ ସରକାର । 

ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ।

ଏହା ପୂର୍ବରୁ ମଧ୍ୟ ପ୍ରବଳ ଖରା ଯୋଗୁଁ ସମସ୍ତ ସ୍କୁଲ ପାଇଁ ଏପ୍ରିଲ ୧୮ରୁ ୨୦ ଯାଏଁ ଛୁଟିି ଘୋଷଣା କରିଥିଲେ । ଏହି ସମୟରେ ପିଲାଙ୍କର ଅନଲାଇନ୍ ପଢା ଉପରେ ଗୁରୁତ୍ୱ ଦିଆଯାଇଥିଲା । କିନ୍ତୁ ଏବେ ରାଜ୍ୟରେ ଖରାର ପ୍ରକୋପ ବଢୁଥିବାରୁ ସମସ୍ତ ସ୍କୁଲ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି ସରକାର ।

Related Posts