୧୦ ଦିନ ମଧ୍ୟରେ ଟ୍ରିବ୍ୟୁନାଲରେ ଖାଲିପଡିଥିବା ପଦ ପୂରଣ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଦେଶର ବିଭିନ୍ନ ଟ୍ରିବ୍ୟୁନାଲରେ ନିଯୁକ୍ତି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କଲେ ସର୍ବୋଚ୍ଚ ନ୍ୟାୟାଳୟ। ଏବଂ ଟ୍ରିବ୍ୟୁନାଲ ଗୁଡ଼ିକରେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ୧୦ ଦିନ ସମୟ ଦେଇଛନ୍ତି। ଏ ନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି । ଟ୍ରିବ୍ୟୁନାଲ ଗୁଡ଼ିକରେ ନିଯୁକ୍ତି ନହେବା ଏକ ଦୁଃଖଦ ପରିସ୍ଥିତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । କେନ୍ଦ୍ର ସରକାରଙ୍କୁ କଡ଼ା ଭର୍ତ୍ସନା କରି ନ୍ୟାୟାଳୟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ ସରକାର କଣ ସମସ୍ତ ଟ୍ରିବ୍ୟୁନାଲକୁ ବନ୍ଦ କରିବାକୁ ଚାହୁଁଛନ୍ତି କି ବୋଲି ପଚାରିଛନ୍ତି ? କୋର୍ଟ ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କିନ୍ତୁ କିଛି ଘଟିନାହିଁ । ଲାଗୁଛି ଯେ କାର୍ଯ୍ୟପାଳିକା 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଚାହୁଁନାହାଁନ୍ତି ବୋଲି କୋର୍ଟ କହିଛନ୍ତି। ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀ ପୂରଣ ନକରିବାକୁ ଏକ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ଟିପ୍ପଣୀ କରିଛନ୍ତି।।ପ୍ରଧାନ ବିଚାରପତି ଏନ୍ ଭି ରମନା କହିଥିଲେ ଯେ ଆପଣ ଟ୍ରିବ୍ୟୁନାଲ ଜାରି ରଖିବାକୁ ଚାହୁଁଛନ୍ତି କି ବନ୍ଦ କରିବାକୁ ଚାହୁଁଛନ୍ତି ୧୦ ଦିନ ମଧ୍ୟରେ ଜଣାନ୍ତୁ ନଚେତ୍ ଆମେ ଅଧିକାରୀମାନଙ୍କୁ ତଲବ କରିବୁ। 

CGST ୪ ବର୍ଷ ପୂର୍ବେ ଲାଗୁ ହୋଇଥିଲା, କିନ୍ତୁ ଏହି ବିବାଦର ସମାଧାନ ପାଇଁ ଆଜି ପର୍ଯ୍ୟନ୍ତ କୌଣସି କମିଟି ଗଠନ କରି ନାହାନ୍ତି। ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ପଢି CJI କହିଛନ୍ତି ଯେ , “ଦେଶରେ 20 ଜଣ ପ୍ରିଜାଇଡିଂ ଅଫିସର ଏବଂ 101 ଜଣ ନ୍ୟାୟିକ ସଦସ୍ୟ ପଦ ଖାଲି ପଡିଛି। ଆପଣଙ୍କ ଷ୍ଟାଣ୍ଡ କ’ଣ ତାହା ଆମେ ଜାଣି ନାହୁଁ। ଆପଣ (କେନ୍ଦ୍ର) ଟ୍ରିବ୍ୟୁନାଲ ଜାରି ରଖିବାକୁ ଚାହୁଁଛନ୍ତିକି “ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି ?” ସୁପ୍ରିମକୋର୍ଟ କହିଛନ୍ତି ଯେ ” ଆମେ ଯାହା ବୁଝୁଛୁ ସରକାର ଟ୍ରିବ୍ୟୁନାଲ ଗଠନ କରିବାକୁ ଚାହୁଁ ନାହାଁନ୍ତି।  ଆମର ସନ୍ଦେହ ହେଉଛି ଯେ କିଛି ଲବି ଯୋଗୁଁ ଖାଲି ପଡ଼ିଥିବା ସ୍ଥାନ ପୂରଣ ହୋଇ ପାରୁ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲଙ୍କୁ କୋର୍ଟ କହିଛନ୍ତି ଯେ ଟ୍ରିବ୍ୟୁନାଲ ଚାହୁଁ ନାହାଁନ୍ତି, ତେବେ ଆପଣ ଲୋକଙ୍କୁ ଅସୁବିଧାର ସମାଧାନ କରି ପାରିବେ ନାହିଁ।  ଯଦି ଆପଣ ଟ୍ରିବ୍ୟୁନାଲ ଚାହୁଁ ନାହାଁନ୍ତି, ତେବେ ସେମାନଙ୍କୁ ହାଇକୋର୍ଟକୁ ଯିବାକୁ ଦିଅନ୍ତୁ ।

CJI କହିଥିଲେ, ‘ଆମେ ଆଶା କରୁଛୁ ଆପଣ ଗୋଟିଏ ସପ୍ତାହ ମଧ୍ୟରେ ନିଶ୍ଚିତ ନିଷ୍ପତ୍ତି ନେବେ। ନଚେତ୍ ଆମେ ତୁମ ଅଧିକାରୀମାନଙ୍କୁ ଏଠାକୁ ଡାକିବାକୁ ବାଧ୍ୟ ଦେଖା କରିବାକୁ ଏବଂ ବ୍ୟାଖ୍ୟା କରିବାକୁ ବାଧ୍ୟ କରିବୁ । ଏପରି ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ । କୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ ସୁପ୍ରିମକୋର୍ଟର ବସିଥିବା ବିଚାରପତିମାନେ ବିଭିନ୍ନ ଟ୍ରିବ୍ୟୁନାଲରେ ନିଯୁକ୍ତି ପାଇଁ ନାମ ସୁପାରିଶ କରିଛନ୍ତି କିନ୍ତୁ ସରକାର ଏପର୍ଯ୍ୟନ୍ତ କିଛି ବି କରିନାହାଁନ୍ତି।  ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ ସେ ଏ ସମ୍ପର୍କରେ ସରକାରଙ୍କୁ ଜଣାଇବେ ଏବଂ ୧୦ ଦିନ ମଧ୍ୟରେ ଜବାବ ଦାଖଲ କରିବେ।

Related Posts