ରାଜ୍ୟରେ ଏବେ ସଂକ୍ରମଣ 100 ତଳକୁ ଖସିଥିବା ବେଳେ, ଗୋଟିଏ ପରେ ଗୋଟିଏ କଟକଣା ଉଠିବାକୁ ଲାଗୁଛି । ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିର ରୁ କଟକଣା ଉଠିଥିବା ବେଳେ, କିନ୍ତୁ ରବିବାର ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ୍ ରହିଥିଲା । ମାତ୍ର ଏବେ କମୁଥିବା ସଂକ୍ରମଣ ହାର କୁ ଦୃଷ୍ଟିରେ ରଖି ସମ୍ପୃଣ କଟକଣା ମୁକ୍ତ ହୋଇଛି ଶ୍ରୀମନ୍ଦିର । ଏଣିକି ରବିବାର ଶ୍ରୀମନ୍ଦିର ଭକ୍ତ ମାନଙ୍କ ପାଇଁ ଖୋଲା ରହିବ।
ଆାସନ୍ତା ମାର୍ଚ୍ଚ ୨୦ ତାରିଖ ରବିବାର ଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ଦ୍ୱାର ଫିଟା ଠାରୁ ପହଡ଼ ପଡ଼ିବା ପର୍ଯ୍ୟନ୍ତ ଭକ୍ତମାନେ ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ଦର୍ଶନ କରିପାରିବେ। ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି ।
ସୂଚନାଥାଉକି, କରୋନା କଟକଣା ଯୋଗୁ ପୂର୍ବରୁ ରବିବାରରେ ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ରହୁଥିଲା
