ଦୁବାଇ : ଭାରତରୁ ଗହମ ଓ ଅଟା ନେବ ନାହିଁ ୟୁନାଇଟେଡ ଆରବ ଏମିରେଟସ(ୟୁଏଇ)। ଦୀର୍ଘ ୪ ମାସ ପାଇଁ ରପ୍ତାନୀ ଉପରେ ରୋକ ଲଗାଇଛି ୟୁଏଇ । ଏନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ମେ ୧୩, ୨୦୨୨ରୁ ଚାରି ମାସ ପର୍ଯ୍ୟନ୍ତ ଏହି ରୋକ ଲାଗୁ ରହିବ। ବିଶ୍ୱ ସପ୍ଲାଏ ବଜାରରେ ବିବାଦ କାରଣରୁ ୟୁଏଇ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଘରୋଇ ବ୍ୟବହାର ପାଇଁ ଗହମର ରପ୍ତାନୀକୁ ଅନୁମତି ଦେଇଥିଲା। ଭାରତ ମେ’ ୧୪ରେ ଗହମ ରପ୍ତାନୀକୁ ବ୍ୟାନ କରିଥିଲା। ତେବେ ଯେଉଁମାନେ ବ୍ୟାନ ଆଦେଶ ପୂର୍ବରୁ ଗହମ ରପ୍ତାନୀ ପାଇଁ ବ୍ୟବସ୍ଥା କରି ସାରିଥିଲେ, ସେମାନଙ୍କ ପାଇଁ କୌଣସି ଅସୁବିଧା ହୋଇ ନ ଥିଲା। ମେ’ ୧୩ ପୂର୍ବରୁ ୟୁଏଇକୁ ଭାରତରୁ ଗହମ ଆଣିଥିବା କମ୍ପାନୀ ଗୁଡିକ ଯଦି ଏହାକୁ ରପ୍ତାନୀ କିମ୍ବା ପୁନଃ ରପ୍ତାନୀ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ପ୍ରଥମେ ଅର୍ଥ ମନ୍ତ୍ରଣାଳୟ ନିକଟରେ ଆବେଦନ ପତ୍ର ଦାଖଲ କରିବାକୁ ପଡିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
