ଗହମ ପରେ ଏବେ ମଇଦା ଏବଂ ସୁଜି ରପ୍ତାନୀ ଉପରେ ଲାଗିବ ପ୍ରତିବନ୍ଧକ

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଗହମ ରପ୍ତାନୀ ଉପରେ ରୋକ ଲଗାଇବା ପରେ ଏବେ ମଇଦା ଏବଂ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଅଗଷ୍ଟ ୧୪ରୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଲାଗୁ ହେବ ।

ଉଲ୍ଲେଖଯୋଗ୍ୟ, ଗତ ଦୁଇ ମାସରେ ଗହମ ଏବଂ ଅଟାର ରପ୍ତାନୀ ଉପରେ ରୋକ ଲଗାଯିବା ପରେ ମଇଦା ଏବଂ ସୁଜି ରପ୍ତାନୀ ବେଶ ବୃଦ୍ଧି ପାଇଥିଲା । ଏହି କାରଣରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଛନ୍ତି ।

ଜିଡିଏଫଟି ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ମଇଦା ଏବଂ ସୁଜିର ରପ୍ତାନୀ ପାଇଁ ଅନୁମତି ମନ୍ତ୍ରିସ୍ତରୀୟ ପ୍ୟାନେଲର ମଞ୍ଜୁରୀ ପରେ ଦିଆଯିବ । ଏହା ପୂର୍ବରୁ କେନ୍ଦ୍ର ସରକାର ଅଟାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରି ଏହି ସମାନ କଥା କହିଥିଲେ । ଉଲ୍ଲେଖଯୋଗ୍ୟ ଦେଶରେ ଏପ୍ରିଲ ମାସରେ ଗହମରୁ ତିଆରି ଉତ୍ପାଦର ରପ୍ତାନୀ ୯୫,୦୯୪ ଟନ ଥିଲା, ଏହାର ମୂଲ୍ୟ ୩୧୪ କୋଟି ଟଙ୍କା ଥିଲା । ମେ ମାସରେ ୨୮୭ କୋଟି ଟଙ୍କାରେ ୧.୦୨ ଟନ ରପ୍ତାନୀ କରାଯାଇଥିଲା । ଡିଜିଏଫସି ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ଅଗଷ୍ଟ ୮ରୁ ୧୪ ମଧ୍ୟରେ ସୁଜି ରପ୍ତାନୀ କରିବାକୁ ଦିଆଯିବ।

ଗହମ, ଅଟାର ମୂଲ୍ୟ ପରେ ଗହମରୁ ତିଆରି ଅନ୍ୟ ଉତ୍ପାଦର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଏହାପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ୨୦୨୨ ମେ ୧୩ରୁ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି ।

Related Posts