ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଛି ଯୁଦ୍ଧ | ଯାହା ଆଜିକୁ ଷଷ୍ଠ ଦିନରେ ପହଁଚିଛି ଯୁଦ୍ଧ | ସୋମବାର ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି | ବାହାରିପାରିନି କୌଣସି ନିଷ୍କର୍ଷ | ଫଳରେ ରୁଷ ସେନା ଆହୁରି ତୀବ୍ରତର ଭାବେ ୟୁକ୍ରେନ ଉପରେ ଲଗାତାର ଭାବେ ଆକ୍ରମଣ ଜାରି ରଖିଛନ୍ତି | ଲଗାତାର ରକେଟ ମାଡ ସହ ବିସ୍ଫୋରଣ ଯୋଗୁଁ ସୋମବାର ସତର୍କ ସାଇରନ୍ ବାଜିଉଠିଥିଲା । ଫଳରେ ଲୋକେ ପ୍ରାଣ ବିକଳରେ ବଙ୍କର ଆଡକୁ ଦୌଡିବାକୁ ଆରମ୍ଭ କରିଥିବାବେଳେ ଅନେକ ଲୋକ ରେଳ ଷ୍ଟେସନକୁ ଯାଇ ସେଠାରେ ଶରଣ ନେଇଛନ୍ତି । ସେଠାରୁ ଅନ୍ୟତ୍ର ପଳାଇବାକୁ ଚେଷ୍ଟା କରୁଛନ୍ତି ।

ମିସାଇଲ ମାଡ ସାଙ୍ଗକୁ ଦାଉ ସାଧୁଛି ୟୁକ୍ରେନର ତାପାମାତ୍ରା । ବର୍ତ୍ତମାନ ଏଠାରେ ତାପମାତ୍ରା ୩ଂ ସେଲସିଅସ୍ ରହିଥିବାବେଳେ କିବର ସେଣ୍ଟ୍ରାଲ ରେଲୱେ ଷ୍ଟେସନରେ ଲୋକେ ପାଖ ଦେଶକୁ ଯିବାକୁ ଅପେକ୍ଷା କରିଛନ୍ତି । ଏହାସହ ପୋଲାଣ୍ଡ ସୀମାରେ ମଧ୍ୟ ଲୋକଙ୍କ ପ୍ରବଳ ଭିଡ । ଏପରି ସ୍ଥଳେ ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ।