ଅନୁଗୁଳ ଜିଲ୍ଲା ଖମାର ଥାନା କଣ୍ଟିଆପସି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଜଣଙ୍କ ମୃତ୍ୟୁ

ଅନୁଗୁଳ ଜିଲ୍ଲା ଖମାର ଥାନା କଣ୍ଟିଆପସି ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା | ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛ ପଟେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ପିଟି ହୋଇଛି | ଫଳରେ ଏହି ଦୁର୍ଘଟଣାରେ କାର୍‌ରେ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଛି | ସମସ୍ତ ମୃତକ ଖମାର ଥାନା ଅଧୀନ ଇଞ୍ଜିଡ଼ି ଗାଁରେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଇଞ୍ଜିଡି ଗାଁର ୫ ଜଣ ପାଲଲହଡ଼ା ଭୋଟ ଗଣତି କେନ୍ଦ୍ରକୁ ଯାଇଥିଲେ। ସେଠାରୁ ବିଳମ୍ବିତ ରାତିରେ ଗାଁକୁ ଫେରୁଥିଲେ। ମାତ୍ର କଣ୍ଟିଆପସି ନିକଟରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏକ ଟ୍ରକ୍‌ ରାସ୍ତାର ବାମ ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଏହି ସମୟରେ ପଛପଟୁ ଦୃତ ଗତିରେ ଆସୁଥିବା କାର୍‌ଟି ଟ୍ରକ୍‌ ପଛ ପଟେ ପିଟି ହୋଇଥିଲେ।

ଦୁର୍ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ପାଲଲହଡ଼ା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଖବର ଶୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହିସହିତ ସମସ୍ତ ମୃତଦେହକୁ ଜବତ କରି ଖମାର ମେଡିକାଲକୁ ପୋଷ୍ଟ ମର୍ଟମ ନିମନ୍ତେ ପଠାଯାଇଛି ।

Related Posts