
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ହୀରାକୁଦ ଜଳ ଭଣ୍ଡାରର ଜଳ ପତନ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଖୋଲିଛି ଜଳ ଭଣ୍ଡାରର ଗେଟ । ବର୍ତ୍ତମାନ ଜଳ ଭଣ୍ଡାରରୁ ଦୁଇଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଜଳ ଭଣ୍ଡାରର ଜଳ ପତନ ଅପରାହ୍ନ ସୁଦ୍ଧା ସୁଦ୍ଧା ୬୩୦ ଫୁଟ ରହିଛି । ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୩ ହଜାର ୪୮୧ଘନ ଫୁଟ ଜଳ ପ୍ରବେଶ କରୁଛି । ସେହିଭଳି ଦୁଇଟି ଗେଟ ଓ ବିଭିନ୍ନ କେନାଲ ଦେଇ ୭୩ ହଜାର ୪୮୧ ଘନ ଫୁଟ ଜଳ ନିଷ୍କାସିତ ହେଉଛି ।
ବର୍ତ୍ତମାନ କେବଳ ଡାହଣ ପଟ ସ୍ପିଲ ୱେର ଦୁଇଟି ସ୍ଲୁଇସ ଗେଟ ଖୋଲା ରହିଛି । ସ୍ପିଲ ୱେ ଦେଇ ପ୍ରତି ସେକେଣ୍ଡରେ ୩୨ ହଜାର ୮୮୦ ଘନ ଫୁଟ ଜଳ ନିଷ୍କାସିତ ହେଉଛି । ସେହିପରି ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡରେ ୩୫ ହଜାର ୬୬୨ ଘନ ଫୁଟ ଜଳ, ଚାଷ ପାଇଁ ୪ ହଜାର ୭୦୩ ଘନ ଫୁଟ ଜଳ ଓ ଶିଳ୍ପ ପାଇଁ ୨୩୬ ଫଟ ଫୁଟ ଜଳ ନିଷ୍କାସିତ ହେଉଛି । ଜଳ ଭଣ୍ଡାରର ଉପର ମୁଣ୍ଡରେ ୩.୧୬ ମିଲି ମିଟର ବର୍ଷା ହୋଇଥିବାବେଳେ ତଳ ମୁଣ୍ଡରେ ୭.୮୬ ମିଲିମିଟର ବର୍ଷା ହୋଇଛି । ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ପରିମାଣରେ ଜଳ ପ୍ରବେଶ କରୁଥିବାରୁ ସେହି ଅନୁସାରେ ଜଳ ମଧ୍ୟ ନିଷ୍କାସନ ହେଉଛି ।
ତେବେ ବର୍ତ୍ତମାନ କୌଣସି ପ୍ରକାର ବିପଦ ନାହିଁ ଏବଂ ସବୁ ପ୍ରକାରର ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ସୂଚନା ମିଳିଛି । ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳଭଣ୍ଡାରର ୬୪ଟି ସ୍ଲୁଇସ ଗେଟ ଓ ୩୪ ଟି କ୍ରେଷ୍ଟ ଗେଟକୁ ମିଶାଇ ସମୁଦାୟ ୯୮ଟି ଗେଟ ରହିଛି ।