ଵିଶ୍ଵ ର ସବୁଠାରୁ ବଡ ଆମ୍ବ ୪ କିଲୋ ୨୫୦ ଗ୍ରାମ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ ପ୍ରାୟ ସମସ୍ତେ ପସନ୍ଦ କରୁଥିବା ଫଳ ହେଉଛି ଆମ୍ବ । ଆମ୍ବ ପ୍ରଥମେ ଭାରତ ଏବଂ ଉତ୍ତର ବର୍ମା ଠାରୁ ଏହାର ଉତ୍ପତ୍ତି ହୋଇଥିଲା ଏବଂ ଏହା ପ୍ରଥମେ ୫୦୦୦ ବର୍ଷ ପୂର୍ବେ ଚାଷ କରାଯାଇଥିଲା । ବର୍ତ୍ତମାନ, ଏହାର ଚାଷ ପ୍ରାୟ ସମସ୍ତ ଟ୍ରପିକାଲ୍ ଏବଂ ସବଟ୍ରୋପିକାଲ୍ ଅଞ୍ଚଳରେ ବ୍ୟାପିଛି, ମେକ୍ସିକୋ ହେଉଛି ବିଶ୍ୱର ମୁଖ୍ୟ ରପ୍ତାନିକାରୀ ଦେଶ । ଆମ୍ବରେ ମୁଖ୍ୟତଃ ଆଇରନ ଓ ମିନେରାଲ ଭଳି ଭିଟାମିନ୍ ଭରପୂର ଥାଏ । ଆମ୍ବ ସାଧାରଣତଃ ୨୦ ସେମି ଏବଂ ୬୦୦ ଗ୍ରାମ ପ୍ରଯ୍ୟନ୍ତ ହୋଇଥାଏ । କଲମ୍ବିଆର ଗୁଆଟା ସହରର ଦୁଇଜଣ କୃଷକ ପୃଥିବୀର ସବୁଠାରୁ ବଡ ଏବଂ ଭାରୀ ଆମ୍ବ ଅମଳ କରିଛନ୍ତି ଓ ଏହା ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ସାନ ମାର୍ଟିନ୍ ଫାର୍ମରେ ଏହି ବିଶାଳ ଆମ୍ବ ହୋଇଥିଲା ଓ ସେହି ଦୁଇ ଜଣ କୃଷକ ଜର୍ମାନ୍ ଅର୍ଲାଣ୍ଡୋ ନୋଭୋ ବାରେରା ଏବଂ ରେଇନା ମାରିଆ ମାର୍ରୋକ୍ଇନ୍ ବହୁତ ଖୁସି ଓ ଆଶ୍ଚର୍ଯ୍ୟ ହୋଇଥିଲେ | ଏହି ଆମ୍ବର ଓଜନ ୪.୨୫୦ କିଲୋଗ୍ରାମ (୯.୩୬ lb) ହୋଇଥିଲା ​​ଏବଂ ଦୁନିଆର ସବୁଠାରୁ ଭାରୀ ଆମ୍ବ ହେତୁ ଗିନିଜ ୱାର୍ଲ୍ଡ ରେକର୍ଡ ଟାଇଟଲ୍ ସହିତ ସାର୍ଟିଫିକେଟ୍ ହାସଲ କରିଥିଲା । ସପ୍ତାହ ପୂର୍ବରୁ, ଜର୍ମାନ୍ ଏବଂ ରେଇନା ହୃଦୟଙ୍ଗମ କରିଥିଲେଯେ ଗଛର ଅନ୍ୟ ଫଳଗୁଡ଼ିକ ଅପେକ୍ଷା ସେହି ଆମ୍ବ ଜଲଦି ବଢିବାକୁ ଲାଗୁଛି । ଏହାକୁ ମାପିବା ଏବଂ ଓଜନ କରିବା ପରେ, ସେମାନେ ଆଚର୍ଯ୍ୟ ହୋଇଥିଲେ । ଆମ୍ବ ଏସୀୟ ମହାଦେଶର ଏକ ଫଳ ଏବଂ ଟ୍ରପିକାଲ୍ ସ୍ଥାନରେ ଅମଳ କରାଯାଏ, ଗୁଆଟାରେ ଏହା ଅଳ୍ପ ପରିମାଣରେ ଚାଷ କରାଯାଏ, ଏହା କୁହାଯାଇପାରେ ଯେ ଏହା କେବଳ ବ୍ୟବହାର ପାଇଁ | ଅନେକ ସ୍ଥାନୀୟ ଲୋକ ଏବଂ କିଛି ପର୍ଯ୍ୟଟକ ମାର୍ଟିନ ଫାର୍ମ ପରିଦର୍ଶନ କରି ଦୁନିଆର ସବୁଠୁ ବଡ ଆମ୍ବ ସହିତ ଫଟୋଗ୍ରାଫ କରିଥିଲେ । ପୂର୍ବ ରେକର୍ଡ ଟାଇଟଲ୍ ଫିଲିପାଇନ୍ସର ମିଳିଥିବା ଆମ୍ବ ଥିଲା ଯାହା ୨୦୦୯ ରେ ୩,୪୩୫ କିଲୋଗ୍ରାମ (୭.୫୭ lb) ଓଜନରେ ହୋଇ ଥିଲା ।

Related Posts