
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଞ୍ଜାମ ଜିଲ୍ଲା ଧରାକୋଟ ପୋଲିସ ଏକ ବହୁ ପୂରୁଣା ହତ୍ୟାକାଣ୍ଡର ଖୁଲାସା କରିଛି । ଗତ ୨୦୦୭ ମସିହାରେ ଆନ୍ଧ୍ର ପ୍ରଦେଶର ପଲାସା ରେଳ ଷ୍ଟେସନରେ ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଚିକିଲି ଗ୍ରାମର ରୀତାଞ୍ଜଳୀ ଗୌଡ ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଖୋଦ ପ୍ରେମିକ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିଲା ।ପୋଲିସ ଘଟଣାର ତଦନ୍ତ କରି ଦୀର୍ଘ ୧୫ ବର୍ଷ ପରେ ପ୍ରେମିକକୁ ଗଜପତି ଜିଲ୍ଲାର ରାୟଗଡ ଅଂଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଯାଇଥିବା ଆସିକା ଏସଡିପିଓ ସୂଚନା ଦେଇଛନ୍ତି ।