ଭୁବନେଶ୍ୱର : ଗିରଫ ହେଲେ ଜଣେ ଯୁବକ । ଫାର୍ମାସୀ ସାର୍ଟିଫିକେଟ୍ ରେଜିଷ୍ଟ୍ରେସନ ପାଇଁ ଆସିଥିବା ବେଳେ ନକଲି ଜଣା ପଡ଼ିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ବଲାଙ୍ଗିରରୁ ଭୁବନେଶ୍ୱର ଆସିଥିଲେ ଉକ୍ତ ଜଣେ ଯୁବକ। ହେଲେ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବାରୁ ତାଙ୍କୁ ପୁଲିସ୍ ଜିମାରେ ଦିଆଯାଇଛି। ସଂପୃକ୍ତ ଯୁବକ ଜଣଙ୍କ ହେଲେ ଅରୁଣ ଲାଲ୍ ଜୈନ୍। ତାଙ୍କ ଘର ବଲାଙ୍ଗିର ଜିଲ୍ଲା ସିନ୍ଧେଇକେଲାର ବୋଲି ଜଣାପଡ଼ିଛି।

ଆଜି ଅରୁଣ ଲାଲ୍ ଫାର୍ମାସୀ ସାର୍ଟିଫିକେଟ ରେଜିଷ୍ଟ୍ରେସନ ପାଇଁ ଭୁବନେଶ୍ୱରର ସହିଦନଗର ଅଞ୍ଚଳରେ ଥିବା ଫାର୍ମାସୀ ରେଜିଷ୍ଟ୍ରେସନ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ତାଙ୍କ ସାର୍ଟିଫିକେଟ ଯାଞ୍ଚ ବେଳେ ତାହା ନକଲି ବୋଲି ଜଣାପଡ଼ିଥିଲା। ଏନେଇ ରେଜିଷ୍ଟ୍ରେସନ ଅଧିକାରୀ ସହିଦନଗର ଥାନା ପୁଲିସକୁ ଫୋନ୍ କରି ଜଣାଇଥିଲେ। ପୁଲିସ ପହଞ୍ଚି ଅରୁଣ ଲାଲଙ୍କୁ ଥାନାକୁ ନେଇଥିଲା।

ଅରୁଣ ଲାଲ୍ ନକଲି ସାର୍ଟିଫିକେଟ୍ କେଉଁଠୁ ଆଣିଲେ, ଏହାପଛରେ କାହାର ହାତ ରହିଛି, ସେ ସବୁ ନେଇ ପୁଲିସ ତାଙ୍କୁ ପଚରାଉଚରା କରୁଛି। ଏହା ପଛରେ ଏକ ଜାଲ୍‌ ସାର୍ଟିଫିକେଟ୍ ରାକେଟ୍ କାମ କରୁଥିବା ସନ୍ଦେହ କରୁଛି ପୁଲିସ