ଓଡ଼ିଶାର ଯୁବକ ଦାଦନ ଖଟିବାକୁ ଯାଉଛନ୍ତି, ହେଲେ ରାଜ୍ୟ ସରକାର ପ୍ରାୟୋଜିତ ପୁରସ୍କାର ଆଣି ପ୍ରଚାର କରୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ଅବସରରେ ଆଜି ଜନତା ମଇଦାନରେ ବିଜେପି ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀର ଆୟୋଜନ କରିଛି। ଏହି ସମାବେଶରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେଇ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ସେ ଉଦବୋଧନ ଦେଇଛନ୍ତି । ଜେପି ନଡ୍ଡାଙ୍କ ଉଦବୋଧନ ପୂର୍ବରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ ଦେଇଥିଲେ ।

ଜଗନ୍ନାଥ ଭୂମିରେ ଜେପି ନଡ୍ଡାଙ୍କୁ ସ୍ୱାଗତ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ସେ କହିଛନ୍ତି ଯେ, ଆଜି ଆମେ ପରୀକ୍ଷା ଦେଉଛୁ , ୨୦୨୪ରେ ଫଳ ବାହାରିବ । ଏହା ବ୍ରହ୍ମା, ବିଷ୍ଣୁ, ମହେଶ୍ଵରଙ୍କ ସମ୍ମିଳନୀ ହେଉଛି । ଯେଉଁମାନେ ଶୋଇ ରହିଛନ୍ତି, ସେମାନଙ୍କୁ ଜାଗ୍ରତ କରିବା ଆମର ଲକ୍ଷ୍ୟ । ଭାରତର ପୂର୍ବୋତ୍ତର ରାଜ୍ୟର ବିକାଶର ପରିକଳ୍ପନା ଓଡ଼ିଶା ମାଟିରୁ ଆରମ୍ଭ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ରାଜ୍ୟରେ ବିନା ମୂଲ୍ୟରେ ପୁଞ୍ଜିପତିଙ୍କୁ ଖଣିଜ ସମ୍ପଦ ଟେକି ଦିଆଯାଉଥିଲା । ମୋଦି ସରକାରଙ୍କ ସଂସ୍କାର ନୀତିରେ ପାଇଁ ଆଜି ରାଜ୍ୟର ରାଜସ୍ଵ ବଢ଼ିଛି । ଉଜ୍ଜ୍ବଳା ଯୋଜନାଠାରୁ ଆରମ୍ଭ କରି ଅନେକ କଲ୍ୟାଣକାରୀ ଯୋଜନା କରାଯାଇଛି । କୋଭିଡ୍ ସମୟରେ ମାଗଣା ଟିକା ଦେବାନେଇ ବିଶ୍ଵସ୍ତରରେ ମୋଦି ସରକାର ପ୍ରଶଂସିତ ହୋଇଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ନିଜ ଅଭିଭାଷଣରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆବାସ ଯୋଜନାରେ ଓଡ଼ିଶାର ପ୍ରକୃତ ହିତାଧିକାରୀ ଘର ଦିଆନଯାଇ ଦଳୀୟ ଭିତ୍ତିରେ ଘର ଦିଆଯାଉଛି । ଓଡ଼ିଶାରେ ଆବାସ ଘୋଟାଲା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି ହେଲେ ରାଜ୍ୟ ସରକାର ନିଜ ପାଇଁ ପ୍ରୟୋଜିତ ପୁରସ୍କର ଆଣି ପ୍ରଚାର କରୁଛନ୍ତି । ରାଜ୍ୟରେ ଏତେ ଖଣିଜ ସମ୍ପଦ ଥିଲାବେଳେ ଓଡିଶା ଆଜି ଗରିବ କଣ ପାଇଁ ବୋଲି ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

Related Posts