ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୋର ରାତି ସମୟରେ ଭୁବନେଶ୍ୱରରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ। ୩ ଜଣଙ୍କର ମୃତ୍ୟୁ । ତେବେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଭୋର ୩.୩୦ ସମୟରେ ଲାଗିଥିଲା ଖବର ଅନୁଯାୟୀ, ଇଲେକ୍ଟ୍ରିକାଲ୍ ପ୍ୟାନେଲ୍ ବୋର୍ଡ ସର୍ଟ ସର୍କିଟରୁ ଗାର୍ଡ ରୁମରେ ନିଆଁ ଲାଗିଥିଲା ।

ଶ୍ବାସରୁଦ୍ଧ ହୋଇ ଜଣେ ସୁରକ୍ଷା କର୍ମୀ ଏବଂ ଜଣେ କେୟାର ଟେକର୍ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଦମ୍ପତ୍ତି ହେଉଛନ୍ତି ବିଶ୍ବଜିତ ବେହେରା ଏବଂ ସୁଲଭ ବେହେରା । ଅଗ୍ନିକାଣ୍ଡରେ ତାଙ୍କ ନାବାଳିକା ନାତୁଣୀ ଗୁରୁତର ଥିଲେ ପରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଇଲେକ୍ଟ୍ରିକାଲ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।