ମାର୍ଚ୍ଚ ଆରମ୍ଭରୁ ଆକାଶରୁ ଝରିଲାଣି ଗ୍ରୀଷ୍ମ ବର୍ଷା: ୩୮ ଡ଼ିଗ୍ରୀ ସେଲସିୟସ୍ ତାପମାତ୍ରା ସହ ଟିଟିଲାଗଡ଼ ସାରା ରାଜ୍ୟରେ ଉତପ୍ତ ସହର

ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ପ୍ରବାହ | ନିଆଁ ଯେପରି ଆକାଶରୁ ଝରିବାକୁ ଲାଗିଲାଣି | ମାର୍ଚ୍ଚ ଆରମ୍ଭରୁ ଦେଖା ଦେଲାଣି ଏପରି କିଛି ସ୍ଥିତି | ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ରେକର୍ଡ଼ କରାଯାଇଛି । ୩୮ ଡ଼ିଗ୍ରୀ ସେଲସିୟସ୍ ତାପମାତ୍ରା ସହ ଟିଟିଲାଗଡ଼ ସାରା ରାଜ୍ୟରେ ଉତପ୍ତ ସହର । ୩୬ ଡ଼ିଗ୍ରୀ ଉପରେ ରାଜ୍ୟର ୧୦ଟି ସହରର ଦିନ ତାପମାତ୍ରା । ରାଜ୍ୟକୁ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରୁ ବାୟୁ ପ୍ରବାହ ଶକ୍ତିଶାଳୀ ହେବାର ସମ୍ଭାବନା ଥିବାରୁ ଦିନ ତାପମାତ୍ରାର ୩ରୁ ୪ ଡ଼ିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି ।

ରବିବାର ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୩୬.୯ ଡ଼ିଗ୍ରୀ ରହିଥିବା ବେଳେ, ଝାରସୁଗୁଡ଼ାର ୩୭.୩ ଡ଼ିଗ୍ରୀ, ସୁନ୍ଦରଗଡ଼ର ୩୬ ଡ଼ିଗ୍ରୀ, ହୀରାକୁଦର ୩୬.୨ ଡ଼ିଗ୍ରୀ, ଭବାନୀପାଟଣାର ୩୫.୫ ଡ଼ିଗ୍ରୀ, ବଲାଙ୍ଗୀରର ୩୭.୮ ଡ଼ିଗ୍ରୀ, ସୋନପୁରର ୩୬.୨ ଡ଼ିଗ୍ରୀ ଓ ବୌଦ୍ଧର ତାପମାତ୍ରା ୩୫.୫ ଡ଼ିଗ୍ରୀ ରହିଛି। ଆଗକୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ବୁଧବାର ୩ଟି ଜିଲ୍ଲା ଯଥା , ବଲାଙ୍ଗୀ, ସୋନପୁର ଓ ବୌଦ୍ଧରେ ଖରାର ସର୍ବାଧିକ ପ୍ରଭାବ ରହିବାର ଆଶଙ୍କା ରହିଛି ।

ସେହିପରି ଗୁରୁବାର ଏହି ୩ଜିଲ୍ଲା ସମେତ ଅନୁଗୁଳ, ନୟାଗଡ ଓ ଖୋର୍ଦ୍ଧାରେ ମଧ୍ୟ ଟାଣ ଖରା ହେବ । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଦୁଇ ପ୍ରଥମ ଦିନ ୩ ଓ ଦ୍ୱିତୀୟ ଦିନରେ ଏହି ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Related Posts