ପାର୍ଥ ଚାଟାର୍ଜୀଙ୍କୁ ଦଳରୁ ବାହାର କଲେ ଟିଏମସି ମୁଖିଆ ମମତା ବାନାର୍ଜୀ

କୋଲକାତା: ଶିକ୍ଷକ ଭର୍ତ୍ତି ଘୋଟାଲାରେ ମୁଖ ଅଭିଯୁକ୍ତ ପାର୍ଥ ଚାଟାର୍ଜୀଙ୍କ ଉପରେ ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛନ୍ତି ମମତା ବାନାର୍ଜୀ । ଏବେ ତାଙ୍କୁ ଦଳରୁ ବାହାର କରିଛନ୍ତି ଟିଏମସି ମୁଖିଆ ମମତା ବାନାର୍ଜୀ । କିଛି ସମୟ ପୂର୍ବରୁ ନିଜ ମନ୍ତ୍ରିମଣ୍ଡଳରୁ ପାର୍ଥଙ୍କୁ ବାହାର କରିଥିଲେ ମମତା।

ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ରାଜ୍ୟର ଶିକ୍ଷକ ଭର୍ତ୍ତି ଘୋଟାଲାରେ ମୁଖ୍ୟ ଅବିଯୁକ୍ତ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ ପାର୍ଥଙ୍କ ସହଯୋଗୀ ଅର୍ପିତାଙ୍କ ଘରୁ ୫୫ କୋଟି ଟଙ୍କାରୁ ଅଧିକ ନଗଦ ରାଶି ଏବଂ ଅଳଙ୍କାର ଜବତ କରିଥିଲେ।

ଟିଏମସି ନେତା ଅଭିଷେକ ବାନାର୍ଜୀ ସୂଚନା ଦେଇ କହିଛନ୍ତି, ପାର୍ଥ ଚାଟାର୍ଜୀଙ୍କୁ ଦଳରୁ ବାହାର କରଯାଇଛି। ତାଙ୍କୁ ମହାସଚିବ, ରାଷ୍ଟ୍ରୀୟ ଉପଧ୍ୟକ୍ଷ ଏବଂ ଅନ୍ୟ ତିନୋଟି ପଦରୁ ହଟାଯାଇଛି। ଅଭିଷେକ ବାନାର୍ଜୀ କହିଛନ୍ତି, ତଦନ୍ତ ଶେଷ ହେବା ଯାଏଁ ତାଙ୍କୁ ଦଳକୁ ନିଲମ୍ୱିତ କରାଯାଇଛି। ଯଦି ସେ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ତାଙ୍କ ପାଇଁ ଦଳକୁ ଫେରିବା ରାସ୍ତା ବନ୍ଦ ହୋଇଯିବ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଶିକ୍ଷକ ଭର୍ତ୍ତି ଘୋଟାଲାରେ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି ଇଡି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜୁଲାଇ ୨୩ରେ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା ।

Related Posts