ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ଜିଲ୍ଲା ତୁଷୁରା NAC ବନ୍ଦ

ବଲାଙ୍ଗୀର : ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ଜିଲ୍ଲା ତୁଷୁରା NAC ବନ୍ଦ l ଫଳରେ ଚକଅଖ, ଦୋକାନ ବଜାର , ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ- କଲେଜ ସବୁ ବନ୍ଦ ରହିଛି l

ଖବର ଅନୁଯାୟୀ, ତୁଷୁରାରେ ଥିବା ୧୦୦ ବର୍ଷରୁ ପୁରୁଣା ଡାକ୍ତରଖାନାକୁ ଆଜି ପର୍ଯ୍ୟନ୍ତ ପୁନଃରୁ ଉଦ୍ଧାର ସହ ଏଠାରେ ଡାକ୍ତର ପଦ ଖାଲି ପଡ଼ିଥିବା ବେଳେ ତାହାକୁ ନେଇ ଦାବି କରିଆସୁଛନ୍ତି ଜନସାଧାରଣ l

ହେଲେ ଅନେକ ଦିନ ଧରି ହୋଇଆସୁଥିବା ଦାବିକୁ ସରକାରୀ ଅଧିକାରୀ ବିଖାତ୍ରି କରିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ଯାହାକୁ ନେଇ ପୁଣି ଥରେ ସ୍ଥାନୀୟ ବାସିନ୍ଦା ସହ ତୁଷୁରା ଏକ୍ସନ କମିଟି ଆନ୍ଦୋଳନକୁ ଓହ୍ଲାଇଛି l ତେବେ ଆଜି ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏ ବନ୍ଦ ପାଳନ କରାଯିବ ବୋଲି ସୂଚନା ଦେଇଛି ଏକ୍ସନ କମିଟି l ତେବେ ଦାବି ପୂରଣ ନହେଲେ ଆଜି ବନ୍ଦ ପାଳନ କେବଳ ଆରମ୍ଭ ଆଗକୁ ତୀବ୍ର ହେବ ଆନ୍ଦୋଳନ କରାଯିବ ବୋଲି ଦେଇଛନ୍ତି ଚେତାବନୀ ।

Related Posts