ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର

ଆଠଗଡ: ଆଜି ପବିତ୍ର ଶ୍ରାବଣ ମାସର ଚତୁର୍ଥ ସୋମବାର ଅର୍ଥାତ୍ ଶେଷ ସୋମବାର । ଏନେଇ ରାଜ୍ୟର ସମସ୍ତ ଶୈବାଳୟ ରେ ଜମୁଛି ଭକ୍ତଙ୍କ ଭିଡ଼ । ଆଜିର ଦିନରେ ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି । କଟକ ଜିଲ୍ଲାର ଅନ୍ୟ ତମ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ ଚଳଚଞ୍ଚଳ ପ୍ରତି ସୋମବାର ଭଳି ଶେଷ ସୋମବାରରେ ଜଳ ଲାଗି କରିଛନ୍ତି କାଉଡ଼ିଆ ।

ଧବଳେଶ୍ୱର ପୀଠକୁ ବାହୁଙ୍ଗି ସମ୍ପୁର୍ଣ୍ଣ ବାରଣ କରାଯାଇଛି । ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଯାଇପାରିବେ ଶ୍ରଦ୍ଧାଳୁ । ଅନ୍ୟପଟେ ଭୋର ୩ ଟାରୁ ମନ୍ଦିର ଫିଟାଯାଇ ଦର୍ଶନ ଓ ଜଳଲାଗି କରାଯିବା ପାଇଁ ପୂଜକ ସମିତି ପକ୍ଷରୁ ବ୍ୟବସ୍ଥା କରଯାଇଛି ।

ପ୍ରଶାସନ ପକ୍ଷରୁ ଝୁଲାପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପର୍ଯ୍ୟନ୍ତ ସବୁଠି ବ୍ୟାରିକେଡର ବ୍ୟବସ୍ଥା କରାଯିବା ସହ ୩ ପ୍ଲାଟୁନ ଫୋର୍ସ, ୩ ଜଣ ଏସ୍ ଡିପିଓ , ୩ ଜଣ ଇନିସପେକ୍ଟର ,୯ ଜଣ ସବ୍ଇନିସପେକ୍ଟର ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।

Related Posts