କଟକ : ରାଜ୍ୟ ବାହାରୁ ଆଉ ଔଷଧ କିଣି ପାରିବେନି ଓଡ଼ିଶାର ବ୍ୟବସାୟୀ ସଂଘ। ଏଥିସହ ଯେଉଁମାନେ ପୂର୍ବରୁ ଔଷଧ କିଣିଛନ୍ତି ଓ ନିଜପାଖରେ ଗଚ୍ଛିତ ରଖିଛନ୍ତି, ସେଗୁଡିକୁ ସେମାନେ ଫେରସ୍ତ କରିବାକୁ ପଡ଼ିବ । ଅନ୍ୟପଟେ, ଯେଉଁମାନେ କମ୍ପାନି ଅଧିକୃତ ବ୍ୟକ୍ତିଙ୍କଠାରୁ ଔଷଧ ନକିଣି ଅନ୍ୟ ସଂସ୍ଥାରରୁ ଔଷଧ କିଣିବେ ସେମାନଙ୍କୁ ସଂଘରୁ ବାଦ୍‌ ଦିଆଯିବ। ଷ୍ଟକିଷ୍ଟ୍‌ ମଧ୍ୟ କମ୍ପାନିରୁ ଔଷଧ କିଣିବେ। ଯଦି ତାଙ୍କଠାରୁ ନକଲି ଔଷଧ ଧରାପଡ଼ିଲା, ତା’ହେଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନକଲି ଔଷଧ କାରବାର ରୋକିବା ପାଇଁ ନିଜ ପକ୍ଷରୁ ଏହିଭଳି କଡ଼ା‌ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ଔଷଧ ବ୍ୟବସାୟୀ ସଂଘ।

ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ନକଲି ଔଷଧ ବିକ୍ରି ରୋକିବା ପାଇଁ ଏଭଳି କଡ଼ା ମାର୍ଗଦର୍ଶିକା ଜାରି କରାଯାଇଛି। ଯାହାକି, ରାଜ୍ୟର ସବୁ ସଂଘ ଓ ସମସ୍ତ ଦୋକାନୀଙ୍କୁ ପଠାଯିବ ବୋଲି ରାଜ୍ୟ ଔଷଧ ବ୍ୟବସାୟୀ ସଂଘର ସଂପାଦକ ପ୍ରଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ଏବେ ବି ଓଡ଼ିଶା ବଜାରରେ ନକଲି ଔଷଧ ଗଚ୍ଛିତ ଥିବା କୁହାଯାଉଛି। ୬ ମାସ ହେଲା ରାଜ୍ୟ ବାହାରୁ ଅନେକ ବେନାମୀ କମ୍ପାନୀ ଔଷଧ ଆସିଛି। କଟକ, ଭୁବନେଶ୍ବରରେ ନକଲି ଉଚ୍ଚରକ୍ତଚାପ ଔଷଧ ଧରାପଡ଼ିବା ପରେ ପୂର୍ବରୁ ଆସିଥିବା ଔଷଧ ସବୁ ଯଦିଓ ଭୟରେ ବିକ୍ରି ହେଉନି ତଥାପି ସେଗୁଡିକ ଗଚ୍ଛିତ ରହିଛି। ବେନାମୀ କମ୍ପାନିର ଔଷଧ କେତେ ରାଜ୍ୟରେ ଗଚ୍ଛିତ ରହିଛି, ସେ ସଂପର୍କରେ କାହାରି ପାଖରେ ନିର୍ଦ୍ଦିଷ୍ଟ ତଥ୍ୟ ନଥିବା ବେଳେ ରାଜ୍ୟରେ ଆଦୌ ନକଲି ଔଷଧ ବଜାରରେ ନଥିବା ରାଜ୍ୟ ଡ୍ରଗ୍ସ କ‌ଣ୍ଟ୍ରେ‌‌ାଲ ବିଭାଗ ପକ୍ଷରୁ ବାରମ୍ବାର କୁହାଯାଉଛି। ଅନ୍ୟପଟେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର୍‌ ମଧ୍ୟ ଗତମାସରେ ନକଲି ଔଷଧ ଧରପଗଡ଼ ପରେ କେଉଁ କେଉଁ ବ୍ୟାଚ୍‌ର ଔଷଧ ଓଡ଼ିଶା ବଜାରକୁ ଆସିଛି, ତା’ର ବ୍ୟାଚ୍‌ ନମ୍ବର ସଂପୃକ୍ତ କମ୍ପାନି ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଜଣାଇବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ନକଲି ଔଷଧ କାରବାର ଯୋଗୁଁ ରୋଗୀଙ୍କ ଜୀବନ ସହ ଖେଳୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା ଆଇନ ବ୍ୟବସ୍ଥା ଥିବା ସତ୍ତ୍ବେ ଦୁର୍ବଳ ଭିତ୍ତିଭୂମି ଓ ତଦନ୍ତ ଯୋଗୁଁ ଏହା ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରୁନି। ଏଥିରେ ଅସାଧୁ ବ୍ୟବସାୟୀ ଖସି ଯାଉଛନ୍ତି।

ଅନ୍ୟପଟେ, ଗତମାସରେ କଟକରେ ଧରାପଡ଼ିଥିବା ନକଲି ଔଷଧ କାରବାର ନେଇ ଉଭୟ ପୁଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ରାଜ୍ୟ ବାହାରକୁ ଯାଇ ତଦନ୍ତ କରିଥିଲେ। ଏଥିସହ ଦେଢ଼ବର୍ଷ ତଳେ କଟକରୁ ଧରାପଡ଼ିଥିବା ନକଲି ଔଷଧ କାରବାର ଘଟଣାରେ ଏସ୍‌ଟିଏଫ୍‌ ତଦନ୍ତ କରୁଥିଲେ ବି ତାହା ଯେଉଁଭଳି ଢଙ୍ଗରେ ଆଗକୁ ଯିବା କଥା ଯାଇପାରୁନି