ହର ଘର ତ୍ରିରଙ୍ଗା ମିଶନରେ ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ତ୍ରିରଙ୍ଗା ସଜ୍ଜିତ ହେଲିକପ୍ଟର

ପୁରୀ: ଦେଶ ପାଳନ କରିବ ସ୍ବାଧୀନତାର ୭୫ବର୍ଷ । ଏନେଇ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ୭୫ବର୍ଷ ପୂର୍ତ୍ତି ଅବସରରେ ବେଶ୍ ଧୁମଧାମରେ ରେ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ଆଜାଦି କି ଅମୃତ ମହତ୍ସୋବ ଅଧୀନରେ ସମଗ୍ର ଦେଶରେ ପାଳିତ ହେଉଛି ‘ହର ଘର ତ୍ରିରଙ୍ଗା’ ମିଶନ ‘Har Ghar Tiranga’ । ତେବେ ଏହି ଅଭିଯାନରେ ଆଜି ପୁରୀରେ ଶ୍ରୀମନ୍ଦିର ଉପରେ ତ୍ରିରଙ୍ଗା ଖଜିତ ହେଲିକପ୍ଟର ଉଡାଇଛି ଭାରତୀୟ ତଟରକ୍ଷୀ ବାହିନୀ ।

ତଟରକ୍ଷୀ ବାହିନୀର ଧ୍ରୁବ ହେଲିକପ୍ଟରରେ ଏକ ବିଶାଳ ତ୍ରିରଙ୍ଗା ଲଗାଯାଇଥିବା ବେଳେ ଏହା ପୁରୀ ସହର ଉପରେ ଉଡାଣ ଭରିଥିବା ଦେଖିବାକୁ ମିଳିଛି । ହର ଘର ତ୍ରିରଙ୍ଗା’ ମିଶନରେ ଏହି ଉଡାଣ କରାଯାଇଥିବା ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ।

ଚଳିତ ଥର ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ଦେଶବ୍ୟାପୀ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ ଜାରି ରହିଛି । ଏହି ଅବସରରେ ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ଏହି ମିଶନରେ ସ୍ବାଧୀନତା ଦିବସ ପାଳନର ଦୁଇ ଦିନ ପୂର୍ବରୁ ପ୍ରତ୍ୟେକ ସର୍ବସାଧାରଣ ସ୍ଥାନ ଓ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଅହ୍ବାନ ଦେଇଛି କେନ୍ଦ୍ର ସରକାର ।ଚଳିତ ବର୍ଷ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ କାର୍ଯ୍ୟାଳୟ, ସର୍ବସାଧାରଣ ସ୍ଥାନ ଓ ପ୍ରତ୍ୟେକ ନାଗରିକ ନିଜ ଘରେ ତ୍ରିରଙ୍ଗା ଉଡାଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମ ସୃଷ୍ଟି କରିବା ଏହି ନୂତନ ମିଶନର ମୁଖ୍ୟ ଉଦ୍ଦେଶ୍ୟ ।

Related Posts