ତୃଣମୂଳର ଧମାକାଦାର୍ ବିଜୟ, ତାମିଲନାଡୁରେ ଡିଏମକେ, କେରଳରେ ଏଲଡିଏଫ୍ ଆସାମରେ ବିଜେପି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଜି ୪ ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ମମତା ବାନାର୍ଜୀ ବଙ୍ଗଳାରେ ତୃତୀୟ ଥର ଜିତି ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେହିପରି ଡିଏମକେ ତାମିଲନାଡୁରେ ବିରାଟ ବିଜୟ ଆଡକୁ ଯାଉଛି, ଆସାମରେ ବିଜେପି ଏବଂ କେରଳର LDF ଆଗୁଆ ରହିଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ତୃଣମୂଳ କଂଗ୍ରେସ ବଙ୍ଗଳାରେ 205+ ଆସନ , ତାମିଲନାଡୁରେ DMK 140+, ଆସାମରେ ବିଜେପି 90+ ଏବଂ କେରଳରେ LDF 90 + ଆସନ। ପଶ୍ଚିମବଙ୍ଗରେ ଟିଏମସି 200 ରୁ ଅଧିକ ଆସନରେ ଆଗୁଆ ଥିବାବେଳେ ବିଜେପି 78 ଟି ସିଟରେ ଆଗରେ ରହିଛି। ପୁଡୁଚେରୀରେ, ଏନ ରଙ୍ଗସ୍ୱାମୀଙ୍କ AINRC ନେତୃତ୍ୱାଧୀନ ଗଠବନ୍ଧନ କଂଗ୍ରେସ ଗଠବନ୍ଧନ ଠାରୁ 11 ଟି ଆସନରେ ଆଗୁଆ ରହିଛି। ବାମ ଡେମୋକ୍ରାଟିକ୍ ଫ୍ରଣ୍ଟ (LDF) କେରଳରେ ବହୁ ସଂଖ୍ୟା ଅତିକ୍ରମ କରିଛି। ବାମପନ୍ଥୀ 91 ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) 45 ଟି ଆସନରେ ଆଗରେ ରହିଛି। ସେହିପରି ଆସାମରେ ବିଜେପି କ୍ଷମତାକୁ ଫେରିବା ସମ୍ଭାବନା ରହିଛି। କଂଗ୍ରେସ ନେତୃତ୍ୱାଧୀନ ଗଠବନ୍ଧନ 48, ବିଜେପି ନେତୃତ୍ୱାଧୀନ ଗଠବନ୍ଧନକୁ 77 ଟି ଆସନରେ ଆଗରେ ରହିଛି। ତାମିଲନାଡୁର ଏକ ବଡ଼ ବିଜୟ ମୁହାଁ ଏମ.କେ ଷ୍ଟାଲିନଙ୍କ ଡିଏମକେ । ଡିଏମକେ ଏପର୍ଯ୍ୟନ୍ତ 234 ଟି ସିଟ୍ ମଧ୍ୟରୁ 140 ରେ ଅଗ୍ରଣୀ ହାସଲ କରିଛି। ଡିଏମକେର ସହଯୋଗୀ କଂଗ୍ରେସ ମଧ୍ୟ 13 ଟି ଆସନରେ ଆଗରେ ରହିଛି। ସେହିପରି ଏଆଇଡିଏମକେ 90ଟି ଆସନରେ ଆଗରେ ରହିଛି।

Related Posts