୨୭ ବର୍ଷ ପରେ ଆୟ ବହିର୍ଭୂତ ମାମଲାର ରାୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୯୯୫ ମସିହା ଡିସେମ୍ବର ୩୧ ତାରିଖରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସରକାରୀ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପତି ବେଆଇନ ଭାବେ ସମ୍ପତ୍ତି ଗଚ୍ଛିତ ରଖିଥିବା ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଏକ ମାମଲା ରୁଜୁ କରିଥିଲା । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶ୍ରୀ ପତିଙ୍କୁ ଚାକିରି ଶେଷ ହେବାର ୭ ବର୍ଷ ଆଗରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଏହା ପରେ ଭିଜିଲାନ୍ସ ଖୋଳତାଡ଼ କରିବା ପରେ ଶ୍ରୀ ପତିଙ୍କର ୯ ଲକ୍ଷ ୨୮ ହଜାର ୫ ଶହ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିବା ଜଣାପଡ଼ିଥିଲା । ଆଉ ଏହା ଉପରେ କୋର୍ଟ ରାୟ ଶୁଣାଇବାକୁ ୨୭ ବର୍ଷ ଲାଗିଗଲା ।

ଆଜି ଭିଜିଲାନ୍ସ ଦ୍ୱାରା ରୁଜୁ ହୋଇଥିବା କେସ ନମ୍ବର-୬୯/୯୫ର ରାୟ ପ୍ରକାଶ ପାଇଛି । ଭୁବନେଶ୍ୱରର ସ୍ପେସାଲ କୋର୍ଟର ସ୍ୱତନ୍ତ୍ର ବିଚାରପତି ଶ୍ରୀ ପତିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଏବଂ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି । ଯଦି ନିର୍ଦ୍ଧାରିତ ସମୟରେ ଜରିମାନା ରାଶି କୋର୍ଟରେ ଦାଖଲ ନ କରାଯାଏ ତାହାଲେ ସୁରେନ୍ଦ୍ରଙ୍କୁ ଅଧିକ ୩ ମାସ ଜେଲ ଦଣ୍ଡାଦେଶ ଦିଆଯିବ । ଭିଜିଲାନ୍ସର ପୂର୍ବତନ ଡିଏସପି ହୃଷୀକେଶ ମିଶ୍ର ମାମଲାର ତଦନ୍ତ କରିଥିବା ବେଳେ ସ୍ପେସାଲ କୋର୍ଟ ପିପି ଅଜିତ କୁମାର ପଟ୍ଟନାୟକ ମାମଲଶର ପରିଚାଳନା କରିଥିଲେ ।

Related Posts