ରେଳ ପଛରେ ରହିଗଲେ; ଦେଶ ପଛରେ ରହିଯିବ: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତ ୮ ବଷୟ ମଧ୍ୟରେ ଭାରତୀୟ ରେଳରେ ଅନେକ ବିକାଶ ହୋଇଛି । ନୂଆ ନୂଆ ଜ୍ଞାନ କୌଶଳ ରେଳକୁ ସମୃଦ୍ଧି କରିଛି । ବିଶ୍ୱସ୍ତରୀୟ ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ସିଷ୍ଟମ ହେଉ ବା ବନ୍ଦେ ଭାରତ ଭଳି ଟ୍ରେନ ଭାରତରେ ତିଆରି ହେବା ଘଟଣା ହେଉ ବିଭିନ୍ନ କ୍ଷେତ୍ରରେ ଭାରର୍ତୀ ରେଲ ଉଦାହରଣ ସୃଷ୍ଟି କରିଛି । ପୁରୀ ସହ ଆଉ ୭ଟି ରେଳ ଷ୍ଟେସନ ନୂଆ ରୂପ ନୋବାକୁ ଯାଉଛି । ସେପ୍ଟେମ୍ବରରୁ ପ୍ରତି ମାସରେ ୪ରୁ ୫ଟି ବନ୍ଦେ ଭାରତ ଟ୍ରେନ ଫ୍ୟାକ୍ଟ୍ରିରୁ ବାହାରିବ ଓ ସାରା ଦେଶରେ ଚାଲିବ । ବୁଲେଟ ଟ୍ରେନ ପାଇଁ ୫୦ ଟାୱାର ନିର୍ମାଣ ସରିଲାଣି । ନୂଆ ଭାରତର ଏହା ସବୁ ଗୋଟିଏ ଗୋଟିଏ ଉଦାହରଣ । ଏହା ଠାରୁ ଆହୁରି ଉପରକୁ ଯିବାର ଅଛି । ରେଳବିଭାଗରେ ଅଧିକାରୀ ଓ କର୍ମଚାରୀମାନଙ୍କର ବ୍ୟକ୍ତିଗତ ଉଦ୍ୟମ ବେଶ ପ୍ରଶଂସନୀୟ । କିନ୍ତୁ ଏହି ସ୍ତରରୁ ଉପରକୁ ଯିବାକୁ ହେଲେ ଆମକୁ ସାମୂହିକ ଭାବରେ ଉଦ୍ୟମ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳୱେ, ଯୋଗାଯୋଗ ଓ ଇଲେକ୍ରେ୍ଟାନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସେପଟେ ୬୭ ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ- ୨୦୨୨ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପୂର୍ବତଟ ରେଳପଥ ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଷ୍ଠାପର ସେବା ତଥା ଦକ୍ଷତା ପାଇଁ ଉତ୍ସର୍ଗୀକୃତ ରେଳ କର୍ମଚାରୀ ଏବଂ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟଗୁଡ଼ିକୁ ପୁରସ୍କୃତ କରିଛନ୍ତି । ଦେଶର ବିଭିନ୍ନ ରେଳ ଜୋନର ମୋଟ ୧୫୬ ଜଣ କର୍ମଚାରୀ ନିଜର ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ ହୋଇଛନ୍ତି। ଏହା ବ୍ୟତୀତ ବିଭିନ୍ନ ରେଲୱେ, ଉତ୍ପାଦନ ୟୁନିଟ୍ ଏବଂ ରେଲୱେ ପିଏସୟୁ ଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ କାର‌୍ୟ୍ୟଦକ୍ଷତା ଏବଂ ଦକ୍ଷତା ପାଇଁ ୨୧ ଟି ସିଲ୍ଡ ଦେଇ ପୁରସ୍କୃତ କରାଯାଇଛି।

Related Posts