
ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଗତ ୨୪ ତାରିଖ ଠାରୁ ଯୁଦ୍ଧ ଆରମ୍ଭ ହୋଇଯାଇଛି । କଟକଣା ପରେ ବି ରୁଷିଆ ଆକ୍ରମଣ କରିଚାଲିଛି । ୟୁକ୍ରେନ୍ ଉପରେ ବାରମ୍ବାର ଆକ୍ରମଣ କରିବାକୁ ଚେତାବନୀ ଦେଉଛି । ଅପରପକ୍ଷେ ୟୁକ୍ରେନ ମଧ୍ୟ ଲଢ଼େଇ ଜାରି ରଖିବାକୁ ଘୋଷଣା କରିଛି । ଆଜି ୪ର୍ଥ ଦିନରେ ରୁଷିଆ ମିସାଇଲ ଓ ରକେଟ ଆକ୍ରମଣ କରିଛି । ଜାରି ରହିଛି ରୁଷର ଘନ ଘନ ଆକ୍ରମଣ | ୟୁକ୍ରେନ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ବେଳେ, ସେପଟେ ରୁଷର ସେନାର ଆକ୍ରମଣରେ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍। ୟୁକ୍ରେନ୍ ଉପରେ ରୁଷର ଏହି ଆକ୍ରମଣ ପରେ ଆମେରିକାର ଏବଂ ତାର ସହଯୋଗୀ ଦେଶଗୁଡିକ ରୁଷର ସମସ୍ତ ବ୍ୟବସାୟିକ, ବ୍ୟାଙ୍କ ଏବଂ ସମଗ୍ର ଅର୍ଥନୈତିକ କ୍ଷେତ୍ର ଉପରେ ପ୍ରତିବନ୍ଧକ ଲଗାଇବେ ବୋଲି ଘୋଷଣା କରିବା ସହ ଏନେଇ ଆକ୍ସନ ମଧ୍ୟ ଆରମ୍ଭ କରିଦେଇଛନ୍ତି |
ସେପଟେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ରୁଷ ଉପରେ ଲଗାଯାଇଥିବା ପ୍ରତିବନ୍ଧକର ଏକମାତ୍ର ବିକଳ୍ପ ହେଉଛି ତୃତୀୟ ବିଶ୍ୱଯୁଦ୍ଧର ପ୍ରାରମ୍ଭ ବୋଲି ସେ କହିଛନ୍ତି। ଯୁଦ୍ଧ ପରିସ୍ଥିତି ଭିତରେ ବାଇଡେନ୍ଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବାଇଡେନ୍ ଏକ ସାକ୍ଷାତକାର୍ରେ କହିଛନ୍ତି, ଏକ ମାତ୍ର ବିକଳ୍ପ ହେଉଛି ରୁଷ ସହ ଯୁଦ୍ଧ କରାଯାଉ ଏବଂ ତୃତୀୟ ବିଶ୍ୱଯୁଦ୍ଧର ପ୍ରାରମ୍ଭ ହେଉ। ଦ୍ୱିତୀୟ ବିକଳ୍ପ ହେଉଛି ଯେଉଁ ଦେଶ ଅନ୍ତରାଷ୍ଟ୍ରୀୟ ନିୟମ ବିରୋଧରେ ଯାଏ ସେ ଗଭୀର ପରିଣାମ ଭୋଗିଥାଏ। ରାଜନୈତିକ ଓ ଆର୍ଥିକ ପ୍ରତିବନ୍ଧକ ଇତିହାସରେ ସବୁଠୁ ବ୍ୟାପକ ପ୍ରତିବନ୍ଧକ ଅଟେ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି।