ଜୟପୁର: ବହୁଚର୍ଚ୍ଚିତ ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ଘଟଣା ସମଗ୍ର ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ, ଏବେ ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ଜାତୀୟ ଦଦନ୍ତକାରୀ ସଂସ୍ଥା NIA ଓ ଆତଙ୍କୀ ନିରୋଧୀ ସ୍କ୍ବାର୍ଡ ATS ଏହି ଘଟଣାରେ ଆତଙ୍କବାଦୀ ସଂଗଠନର ସମ୍ପୃକ୍ତିର ସର୍ବାଧିକ ଆଶଙ୍କାକୁ ଦୃଷ୍ଟିରେ ରଖି ସେହି ଦୃଷ୍ଟିକୋଣରୁ ତଦନ୍ତକୁ ବ୍ୟାପକ କରିବାରେ ଲାଗିଛି । ଏହାରି ମଧ୍ୟରେ ରାଜସ୍ଥାନର ଗୃହ ରାଷ୍ଟ୍ରମନ୍ତ୍ରୀ ଏହାକୁ ଏକ ଆତଙ୍କୀ ଆକ୍ରମଣ ଘଟଣା ବୋଲି ସ୍ବୀକାର କରିବାକୁ ନାରାଜ ।
ଉଦୟପୁର ହତ୍ୟାକାଣ୍ଡ କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ: ରାଜସ୍ଥାନ ଗୃହ ରାଷ୍ଟ୍ରମନ୍ତ୍ରୀରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ରାଜେନ୍ଦ୍ର ଯାଦବ କହିଛନ୍ତି, ଉଦୟପୁର ହତ୍ୟାକାଣ୍ଡ ଏକ ଆତଙ୍କୀ ଆକ୍ରମଣ ଘଟଣା ନୁହେଁ । ତଦନ୍ତକାରୀ ସଂସ୍ଥା NIA ମଧ୍ୟ ସେପରି କିଛି ସ୍ପଷ୍ଟ ଭାବେ କହିନାହିଁ । ଅନ୍ୟପଟେ ଅଭିଯୁକ୍ତର ବିଜେପି ନେତାଙ୍କ ସହ ସମ୍ପର୍କ ରହିଛି ଓ ଯାହାର ଫଟୋ ମଧ୍ୟ ଭାଇରାଲ ହେବା ଆରମ୍ଭ କରିଛି । ଏପରିକି ବିରୋଧୀ ଦଳ ନେତା ତଥା ବିଜେପି ନେତା ଗୁଲାବଚାନ୍ଦ କଟାରିଆଙ୍କ ସହ ଅଭିଯୁକ୍ତର ସମ୍ପର୍କ ରହିଛି । ଅଭିଯୁକ୍ତ ପୂର୍ବରୁ ଭାରତୀୟ ଜନତା ପାର୍ଟି ପାଇଁ ନିର୍ବାଚନରେ ଏଜେଣ୍ଟ ଭାବେ ମଧ୍ୟ କାର୍ଯ୍ୟ କରାସାରିଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି ।ଟେଲର ଭାବେ କାର୍ଯ୍ୟ କରୁଥିବା କହ୍ନେୟାଲାଲ ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ନିର୍ମମ ହତ୍ୟାର ଶିକାର ହୋଇଥିଲେ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇ ସାରିଛିି । ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଦ୍ବାରା ଜାରି ରହିଛି ।
