ପ୍ରକାଶ ପାଇଲା ୟୁଜିସି ନେଟ ରେଜଲ୍ଟ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଲା ୟୁଜିସି ନେଟ ରେଜଲ୍ଟ । ପ୍ରାର୍ଥୀମାନେ ‘ଅଫିସିୟାଲ୍ ୱେବ୍ସାଇଟ୍ସ୍’ ugcnet.nta.nic.inରେ ୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁନ୍ ସାଇକ୍ଲ୍ ପାଇଁ ସେମାନଙ୍କର ‘ଏନ୍ଟିଏ ଏନ୍ଇଟି’ ଫଳାଫଳ ଚେକ୍ କରିପାରିବେ। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ‘ଆପ୍ଲିକେସନ୍ ନମ୍ବର’ ଓ ‘ପାସ୍ୱାର୍ଡ’ ଏଣ୍ଟର୍ କରିବାକୁ ପଡ଼ିବ।

କୋଭିଡ୍-୧୯ ଜନିତ ମହାମାରୀ ଯୋଗୁଁ ଏକତ୍ର ଡିସେମ୍ବର ଓ ଜୁନ୍ ସାଇକ୍ଲ ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ‘ୟୁଜିସି ଏନ୍ଇଟି ୨୦୨୧-୨୨’ ଫଳାଫଳକୁ ଅପେକ୍ଷା କରିଥିଲେ। ଉକ୍ତ ପରୀକ୍ଷା ୩ଟି ପର୍ୟ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ୟ୍ୟାୟ ହୋଇଥିଲା ୨୦୨୧ ନଭେମ୍ବର ୨୦ ରୁ ୨୦୨୧ ଡିସେମ୍ବର ୫ ମଧ୍ୟରେ। ଦ୍ବିତୀୟ ପର୍ୟ୍ୟାୟ ହୋଇଥିଲା ୨୦୨୧ ଡିସେମ୍ବର ୨୪ ରୁ ୨୭ ପର୍ୟ୍ୟନ୍ତ। ଏବଂ ତୃତୀୟ ପର୍ୟ୍ୟାୟ ହୋଇଥିଲା ୨୦୨୨ ଜାନୁଆରି ୪ ଓ ୫ ଦିନ।

Related Posts