ମଙ୍କିପକ୍ସ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସଂସଦରେ ବୟାନ; “ଲୋକମାନେ ଭାୟବିତ ନହୋଇ, ସତର୍କତା ଅବଲମ୍ବନ କରନ୍ତୁ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ କରୋନା ସଂକ୍ରମଣର ଭୟାବହତା ନସରୁଣୁ ଏବେ ମଙ୍କିପକ୍ସ ବିପଦ ଏବଂ ପଜିଟିଭ୍‌ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୮ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏଭଳି ପରିସ୍ଥିତିରେ ସଂସଦରେ ମୌସୁମୀ ଅଧିବେଶନ ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭିଆ ଗୃହରେ ଏହି ସଂକ୍ରମଣ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି, ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ, ସୂଚନା ଏବଂ ସତର୍କତା ହେଉଛି ଏକମାତ୍ର ପ୍ରତିରକ୍ଷା। ମଙ୍କିପକ୍ସ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ସ୍ବାସ୍ଥ୍ୟମନ୍ତ୍ରଣାଳୟ ଦେଶର ସବୁ ରାଜ୍ୟର ସରକାରଙ୍କ ସହଯୋଗରେ ନିରନ୍ତର ସଚେତନତା ଅଭିଯାନ ଚଳାଇଛି।

ସୂଚନା ଅନୁସାରେ, ମଙ୍ଗଳବାର ରାଜ୍ୟସଭାରେ ମଙ୍କିିିପକ୍ସ ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିଆ କହିଛନ୍ତି, ଏହାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଲୋକମାନେ ମଙ୍କିିିପକ୍ସ ବିଷୟରେ ସଚେତନ ହେବା ଅତ୍ୟନ୍ତ ଜରୁରୀ।ଏଥିସହ ସେ କହିଛନ୍ତି, ଭାରତ ସରକାରଙ୍କ ପକ୍ଷରୁ ଆମେ ନୀତି ଆୟୋଗର ଜଣେ ସଦସ୍ୟଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଛୁ। ଟାସ୍କଫୋର୍ସର ପର୍ଯ୍ୟବେକ୍ଷଣକୁ ଆଧାର କରି ଆମେ ପରବର୍ତ୍ତୀ କାର୍ଯ୍ୟର ମୂଲ୍ୟାଙ୍କନ ଏବଂ ଅଧ୍ୟୟନ କରିବୁ। ଯଦି କେରଳର ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କଠାରୁ କୌଣସି ପ୍ରକାରର ସାହାଯ୍ୟ ଆବଶ୍ୟକ ହୁଏ ତେବେ ସମସ୍ତ ସହାୟତା ଯୋଗାଇଦିଆଯିବ। ଅନ୍ୟପଟେ ବିଶ୍ୱରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ ହେବା ପରଠାରୁ ଭାରତ ପ୍ରସ୍ତୁତି ଆରମ୍ଭ କରିଥିଲା। ଏତଦ୍‌ବ୍ୟତୀତ ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଗୃହରେ ବୟାନ ରଖିଛନ୍ତି।

Related Posts