ନବ ଦାସଙ୍କ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଦିବଂଗତ ନେତା ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସୁରେଶ ପୂଜାରୀ। ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ପହଞ୍ଚି ନବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଦୁଃଖ ସମୟରେ ଧୈର୍ଯ୍ୟ ଧରିବାକୁ କହିଛନ୍ତି ଧର୍ମେନ୍ଦ୍ର । ଏହି ସମୟରେ ନବ ଦାସଙ୍କ ଝିଅ ଦୀପାଲି ଦାସ ଓ ପୁଅ ବିଶାଳ ଦାସ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।ମନ୍ତ୍ରୀ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କୁ ଗୁଳି କରିଥିଲା ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳ ଦାସ । ତେବେ ଗୋପାଳ ନବଙ୍କୁ ଗୁଳି କରିଥିବା ସ୍ବୀକାର କରିଥିଲେ ମଧ୍ୟ କାହିଁକି ସେ ଏହି କାଣ୍ଡ ଭିଆଇଲା ତାହା ଏ ଯାଏଁ ଜଣାପଡିନାହିଁ । ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ଜାରି ରହିଛି।

Related Posts