ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ହତ୍ୟା ଧମକ । ଲକ୍ଷ୍ନୌସ୍ଥିତ ପୁଲିସର ହ୍ୱାଟସଆପ୍ ନମ୍ବରକୁ ଏହି ଅଭିଯୋଗ ଆସିଛି। କେହି ଜଣେ ଅଜଣା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି।
ଗତ ଅଗଷ୍ଟ ୨ ତାରିଖରେ ଲକ୍ଷ୍ନୌ ପୁଲିସ ଏହି ଧମକପୂର୍ଣ୍ଣ ମେସଜ ପାଇଛି। ପୁଲିସ କଣ୍ଟ୍ରୋଲ ରୁମର ହ୍ୱାଟସ୍ ଆପ ନମ୍ବରକୁ ଏହି ମେସେଜ ଆସିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦିଆଯାଇଥିଲା।
ଗତ ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦିଆଯାଥିଲା । ସେତେବେଳେ ଏଭଳି ଏକ ଖବର ସାରା ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଯୋଗୀ ଆଦିତ୍ୟନାଥଙ୍କ ଗୋରଖନାଥ ମନ୍ଦିରକୁ ମଧ୍ୟ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ଲକ୍ଷ୍ନୌ ସ୍ଥିତ ଚାରବାଗ ରେଳ ଷ୍ଟେସନ ଓ ନିକଟସ୍ଥ ବସ ଷ୍ଟାଣ୍ଡ ଗୁଡ଼ିକୁ ବୋମା ପକାଇ ଉଡ଼ାଇ ଦେବାକୁ ଟ୍ୱିଟ୍ ଯୋଗେ ଧମକ ଦିଆଯାଇଥିଲା । ଏମିତି ବାରମ୍ବାର ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଆସିଛି।
