ମହମ୍ମଦ ଜୁବେରଙ୍କ ବିରୋଧରେ ଜୁଲାଇ ୨୦ଯାଏ କୌଣସି ଆକ୍ସନ ନେଇ ପାରିବ ନାହିଁ ଉତ୍ତର ପ୍ରଦେଶ ପୁଲିସ : ସୁପ୍ରିମ କୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କ ବିରୋଧରେ ଜୁଲାଇ ୨୦ଯାଏ ଉତ୍ତର ପ୍ରଦେଶ ପୁଲିସ କୌଣସି ଆକ୍ସନ ନେଇ ପାରିବ ନାହିଁ। ସୁପ୍ରିମକୋର୍ଟ ଆଜି ଶୁଣାଣି ସମୟରେ ଏହା କହିଛନ୍ତି। ଜୁବେର ତାଙ୍କ ବିରୋଧରେ ଥିବା ସମସ୍ତ ୫ ଟି ମାମଲା ଖାରଜ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତେଣୁ କୋର୍ଟ ତାଙ୍କ ଆବେଦନ ଉପରେ କୌଣସି ଶୁଣାଣି ନକରିବା ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ପୁଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ସୂଚନା ଅନୁସାରେ ଗତ ଶୁକ୍ରବାର ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ। ଜୁବେରଙ୍କୁ ଦିଲ୍ଲୀ ପୁଲିସ ୨୦୧୮ରେ କରିଥିବା ଏକ ଟ୍ୱିଟ୍‌ କାରଣରୁ ଗିରଫ କରିଥିଲା। ଜୁବେରଙ୍କ ନାଁରେ ଭଗବାନଙ୍କୁ ଅପମାନ କରିଥିବା ଅଭିଯୋଗ ରହିଛି।

Related Posts