ଜୁନ୍ ୧୫ ସୁଦ୍ଧା ଦଳ କାର୍ଯ୍ୟାଳୟ ଖାଲି କର; ଆପ୍ କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ତରଫରୁ ଆମ୍ ଆଦମୀ ପାର୍ଟିକୁ ଦିଲ୍ଲୀସ୍ଥିତ ପାର୍ଟି କାର୍ଯ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ମହଲତ ଦିଆଯାଇଛି । ଆମ୍ ଆଦମୀ ପାର୍ଟି ବିରୋଧରେ ହୋଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା କି ରାଓଜ ଏଭିନ୍ୟୁ କୋର୍ଟ ପାଇଁ ଆବଣ୍ଟିତ ହୋଇଥିବା ଜମିରେ ଆମ୍ ଆଦମୀ ପାର୍ଟି ଦଳୀୟ କାର୍ଯ୍ୟାଳୟ ନିର୍ମାଣ କରିଛି ।

ଏହି ମାମଲାର ଦିଲ୍ଲୀ ହାଇକୋର୍ଟ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ପାର୍ଟି କାର୍ଯ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦଳ ତରଫରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିଛନ୍ତି । ଏହାସହ କୋର୍ଟ କହିଛନ୍ତି କି, ଆମ୍ ଆଦମୀ ପାର୍ଟି ତାର ଦଳୀୟ କାର୍ଯ୍ୟାଳୟ ପାଇଁ ଜମି ପାଇବାକୁ ହକଦାର ଓ ସେ ସରକାରଙ୍କ ନିକଟରେ ଜମି ପାଇବାକୁ ଆବେଦନ କରିପାରିବେ ।

କୋର୍ଟ ଏହା ବି କହିଛନ୍ତି ଯେ, ସମ୍ବନ୍ଧିତ ବିଭାଗର ଆବେଦନ ଉପରେ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେଉ । କୋର୍ଟ ସ୍ପଷ୍ଟ କରିଦେଇଛନ୍ତି କି, ସେହି ଜମି ପ୍ରଥମରୁ କୋର୍ଟକୁ ଆବଣ୍ଟନ କରାଯାଇଥିଲା । ଏହି ଜମି ଉପରେ କୋର୍ଟ କର୍ମଚାରୀଙ୍କ ପାଇଁ ବାସଭବନ ନିର୍ମାଣ କରାଯିବ । ଏଠାରେ ପାର୍ଟି କାର୍ଯ୍ୟାଳୟ ଚାଲିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

Related Posts